Pradeep Panigrahi
Advertisment
ଗଞ୍ଜାମ ରାଜନୀତିରେ ହଲଚଲ । ଚର୍ଚ୍ଚା ହେଉଛି,ଖୁବ ଶୀଘ୍ର ବିଜେପିରେ ମିଶିପାରନ୍ତି ବିଜେଡିରୁ ବହିଷ୍କୃତ, ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେବେ ରୋଚକ କଥା ହେଉଛି ପ୍ରଦୀପଙ୍କ ଦଳବଦଳ ନହେଉଣୁ ଛାନିଆ ବିଜେଡି। ପ୍ରଦୀପ ଜନ ବିରୋଧୀ ଓ ତାଙ୍କ ନାଁରେ ଆର୍ଥିକ ହେରଫେର ମାମଲା ଥିବା ବେଳେ ବିଜେପି କେମିତି ତାଙ୍କୁ ଆପଣାଉଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଜଏନିଂ ଆଗରୁ ବିଜେଡି ନେତାଏ ପଚାରିଲେଣି। ତେବେ ପ୍ରଦୀପ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ବିଜେଡି ଭୟଭୀତ ବୋଲି କଟାକ୍ଷ କରିଛି ବିଜେପି..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us