ଶେଷ ମୁହୂର୍ତ୍ତରେ ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାୟକଙ୍କୁ ଆଗୁଆ ଟିକଟ ଥୋପ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିବାବେଳେ ଏବେଠୁ ବିଜେଡିରେ ଟିକଟ୍ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଥିବା ଚର୍ଚ୍ଚା ହେଉଛି । ପାଖାପାଖି ୬୦ରୁ ଅଧିକ ବିଧାୟକଙ୍କୁ ନବୀସ ନିବାସ ଡାକି ନିର୍ବାଚନ ମଣ୍ଡଳୀରେ ପଡିରହି କାମ କରିବାକୁ ଦଳର ସୁପ୍ରିମୋ ପରାମର୍ଶ ଦେଇଥିବା କୁହାଯାଉଛି । ତେବେ ଯେଉଁମାନଙ୍କୁ ଡକାଯାଇ ନାହିଁ ସେମାନଙ୍କ ଛାତି କିନ୍ତୁ ଧଡ୍ ଧଡ୍ । ଏହା ବି ଚର୍ଚ୍ଚା, ଏ କସରତ ଆଗୁଆ ବିଧାନସଭା ନିର୍ବାଚନର ସଂକେତ ନୁହେଁ ତ ।