ସୁଭଦ୍ରା ରାଲି ଆୟୋଜନ କଲେ ବୋଲି ବାଲେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ବାଡେଇଲେ । ଭୁବନେଶ୍ୱରରେ 'ମୋ ସେବା' କେନ୍ଦ୍ର ପରିଚାଳକ ବିଜେଡି ସମର୍ଥିତ ହୋଇଥିବାରୁ ବାହାନା ବାଜି କରି ସାଧାରଣ ମହିଳାଙ୍କୁ ଯୋଜନାରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ସୁଭଦ୍ରାକୁ ବାଟବଣା ଏବଂ କାମ କରୁଥିବା ମହିଳାଙ୍କୁ ଭୟଭୀତ କରିବା ପଛରେ କିଏ? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି କାର୍ଯ୍ୟାନୁଷ୍ଠାନ ତ ହେବ । ହେଲେ କିଛି ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ବ୍ୟାଘତ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ବିଜେଡି କହିଛି ଆମେ ସୁଭଦ୍ରାକୁ ବାଟବଣା କରୁନୁ ।