ଅନାସ୍ଥା ଅସ୍ତ୍ରରେ ବିଜେଡି ଚିତ୍ପଟାଙ୍ଗ
Advertisment
ଶକ୍ତିହୀନ ହେଉଛି ବିଜେଡି ! ଭାରି ପଡିଲାଣି ଅନାସ୍ଥା । ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ବ୍ଲକ୍ ଅଧ୍ୟକ୍ଷ ଆଉ ପୌରାଧ୍ୟକ୍ଷ । ଆଜି ଢେଙ୍କାନାଳ ସଦର ବ୍ଲକରେ ଅନାସ୍ଥାରେ ମାତ୍ ଖାଇଛି ବିଜେଡି । ବାଜି ମାରିଛି ବିଜେପି । ଗତ ପଞ୍ଚାୟତ ନିର୍ବାଚନରେ ଢେଙ୍କାନାଳ ସଦର ବ୍ଲକରେ ୩୦ଟି ପଞ୍ଚାୟତରୁ ୩୦ଟି ଦଖଲ କରି ବ୍ଲକ ଅଧ୍ୟକ୍ଷା ପଦବି ହାତେଇଥିଲା ବିଜେଡି । କିନ୍ତୁ ସାଧାରଣ ନିର୍ବାଚନରେ ସରକାର ବଦଳୁ ବଦଳୁ ବଦଳିଯାଇଛି ଢେଙ୍କାନାଳ ବ୍ଲକ୍ ଗଣିତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us