Advertisment

ବିଜେଡି ନେତାଙ୍କ ଧମକରେ ଡରିଗଲା କି ପୋଲିସ ?

ଅମ୍ବାଭୋନା ଥାନା ଆକ୍ରମଣର ତିନି ଦିନ ପରେ ବି ପୋଲିସ ଓ ଶାସନ କଳର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ। ଆକ୍ରମଣରେ ଶତାଧିକ ଲୋକଙ୍କ ସଂପୃକ୍ତିର ସ୍ପଷ୍ଟ ପ୍ରମାଣ ସତ୍ତ୍ବେ ଏପର୍ଯ୍ୟନ୍ତ ମାତ୍ର ୬ ଜଣଙ୍କୁ ଗିରଫ କରାଯିବାକୁ ନେଇ ତେଜିଛି ରାଜନୀତି।

Advertisment

ଧମକରେ ଡରିଗଲା କି ପୋଲିସ ? ଶାସକ ଦଳ ବିଧାୟକଙ୍କ ଚାପରେ ଚେପା ହେଇଗଲା କି ବ୍ୟବସ୍ଥା ? ନା ପୋଲିସ ଅର୍ଥାତ୍ ନିଜ ସରକାରର ଗୃହ ବିଭାଗ ବିରୋଧରେ ସୁଶାନ୍ତଙ୍କ ଅଭିଯୋଗ ସତ ? ସେଇଥିପାଇଁ ବ୍ୟାକଫୁଟରେ ପୋଲିସ୍ ? ଏସବୁ ତମାମ ପ୍ରଶ୍ନ ଏଇଥିପାଇଁ ଯେ, ସ୍ପଷ୍ଟ ଦିବାଲୋକରେ, ଆଇନଶୃଙ୍ଖଳାର ଧଜିଆ ଉଡ଼ାଇ ଅମ୍ବାଭୋନା ଭଳି ଏକଦା ମାଓ ଅଧ୍ୟୁଷିତ ଅଞ୍ଚଳର ଏକ ଥାନା ଉପରେ ଆକ୍ରମଣ ହେଉଛି। ଘଣ୍ଟାଧିକ କାଳ ଭଙ୍ଗାରୁଜା, ହଙ୍ଗାମା ହେଉଛି। ସିସିଟିଭି ଫୁଟେଜରେ ଉତ୍ପାତକାରୀଙ୍କ ସଂଖ୍ୟା, ମୁହଁ ସ୍ପଷ୍ଟ ଦିଶୁଛି। ଘଟଣାରେ ୧୦୨ ଜଣଙ୍କ ବିରୋଧରେ ଅନ୍ୟାନ୍ୟ ଦଫା ସହ ୩୦୭ ଭଳି ସଙ୍ଗୀନ ଦଫା ଲାଗୁଛି । ଏତେ ସବୁ କଥା ସାମ୍ନାକୁ ଆସିବା ପରେ ବି ଘଟଣା ପାଇଁ ପୋଲିସକୁ ଦାୟୀ କରି ବିଜେଡି ନେତା ଓ କର୍ମୀ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଘଟଣାର ତିନି ଦିନ ପରେ ବି ପୋଲିସ କେବଳ ୬ ଜଣଙ୍କୁ ଗିରଫ କରିଦେଇ ତୁନି ବସିଥିବା ଅଭିଯୋଗ ହେଉଛି। ଯାହାକୁ ବଡ଼ ପ୍ରସଙ୍ଗ କରି ରାଜନୀତିକୁ ଓହ୍ଲାଇଛନ୍ତି ବିରୋଧୀ।

Advertisment
Odisha News BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ