Last updated: 16 November 2022, 09:35 PM IST
ପାଇକମାଳରେ ଜାଗରଣ ଯୁବ ସଙ୍ଗଠନର ଆନ୍ଦୋଳନ । ପଦ୍ମପୁର କାଳୀ ମନ୍ଦିରେ ଦୀପଦାନ ଆଉ ଏଣେ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ଆଲୋଚନା । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆଜି ସାମ୍ନାକୁ ଆସିଥିଲା ଏଭଳି ୩ଟି ଚିତ୍ର । ଆଗକୁ ପଦ୍ମପୁର ଭୋଟ୍ ଥିବାରୁ ବଡ଼ ପ୍ରସଙ୍ଗ ଭାବେ ମୁଣ୍ଡ ଟେକି ଠିଆ ହୋଇଛି ଜିଲ୍ଲା ଗଠନ ଦାବି ।