ବିଜେଡିରେ ଏବେ ତୃତୀୟ ପିଢ଼ିର ଦବ୍‌ଦବା । ପ୍ରଥମ, ଦ୍ୱିତୀୟ ଭଳି ଦଳ ପାଇଁ ସଫଳତା ଦୋହରାଇ ପାରିବ ତ ଏହି ପିଢ଼ି ? ସେମାନଙ୍କ ପାଖରେ ଅଛି କି ସେଭଳି ସାଂଗଠନିକ ଦକ୍ଷତା ? ନା କେବଳ କ୍ଷମତା କେନ୍ଦ୍ରର ହଁରେ ହଁ ଭରୁଥିବାରୁ ମିଳୁଛି ଗୁରୁତ୍ୱ । ବିଜେଡିରେ ଏବେ ନୂଆ ଜେନେରସନ୍ ରାଜନୀତିକୁ ନେଇ ଚର୍ଚ୍ଚା । କାରଣ ଧାମନଗର ଉପନିର୍ବାଚନରେ ଦାୟିତ୍ୱ ନେଇଥିଲା ତୃତୀୟ ପିଢ଼ି, ଆଉ ସେଠାରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା । ତେବେ ପଦ୍ମପୁରରେ କୋର୍ସ କରେକ୍ସନ କରି ସବୁ ପିଢ଼ି ଏକାଠି ଲଢ଼ିଲେ, ଦଳ ପାଇଲା ରେକର୍ଡ ବିଜୟ ।