Advertisment

Wrong History in Textbook: ମାଧ୍ୟମିକ ଶିକ୍ଷା ପରିଷଦର ସ୍ଵାଧୀନତା ସଂଗ୍ରାମୀଙ୍କୁ ଅପମାନ

ଭଦ୍ରକର ଦ୍ୱିତୀୟ ଜାଲିଆନଵାଗ କୁହାଯାଉଥିବା ଇରମ ଓ ଲୁଣିଆର ଗୁଳିକାଣ୍ଡ ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ଅଭୁଲା ନାହିଁ। ହେଲେ ଇତିହାସର ଭୁଲ୍ ସଂସ୍କରଣ ଭାରତ ଛାଡ ଆନ୍ଦୋଳନରେ ଇରମ ଓ ସହୀଦନଗରରେ ସହୀଦ ହୋଇଥିବା ବୀର ଓ ବୀରଙ୍ଗନାମାନଙ୍କ ସ୍ମୃତି ପ୍ରତି ଘୋର ଅପମାନ କରିଛି ମାଧ୍ୟମିକ ଶିକ୍ଷା ପରିଷଦ।

Wrong History in Textbook

ମାଧ୍ୟମିକ ଶିକ୍ଷା ପରିଷଦର ସ୍ଵାଧୀନତା ସଂଗ୍ରାମୀଙ୍କୁ ଅପମାନ Photograph: (OTV)

Advertisment

ଭାରତ ସ୍ଵାଧୀନତା ସଂଗ୍ରାମରେ ଭଦ୍ରକର ସ୍ଥାନ ସ୍ଵତନ୍ତ୍ର ନିଆରା ଓ ଅଦ୍ଵିତୀୟ। ଭଦ୍ରକର ଦ୍ୱିତୀୟ ଜାଲିଆନଵାଗ କୁହାଯାଉଥିବା ଇରମ ଓ ଲୁଣିଆର ଗୁଳିକାଣ୍ଡ ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ଅଭୁଲା ନାହିଁ। ଆଜି ଏହି ମାଟି ଏହି ଶହୀଦଙ୍କ ଵଳାଦାନକୁ ମନେ ପକାନ୍ତି। ହେଲେ ଇତିହାସର ଭୁଲ୍ ସଂସ୍କରଣ ଭାରତ ଛାଡ ଆନ୍ଦୋଳନରେ ଇରମ ଓ ସହୀଦନଗରରେ ସହୀଦ ହୋଇଥିବା ବୀର ଓ ବୀରଙ୍ଗନାମାନଙ୍କ ସ୍ମୃତି ପ୍ରତି ଘୋର ଅପମାନ କରିଛି ମାଧ୍ୟମିକ ଶିକ୍ଷା ପରିଷଦ।

Advertisment


୨୦୧୩ ମସିହାରେ ଓଡିଶା ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିର ପୃଷ୍ଠା ସଂଖ୍ୟା- ୩୧ର ପାରା- ୩ ଓ ପାରା-୫ ରେ ଭାରତଛାଡ ଆନ୍ଦୋଳନ ପରିପ୍ରେକ୍ଷୀରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ତଥା ବର୍ତ୍ତମାନର ଭଦ୍ରକ ଜିଲ୍ଲାର ସହୀଦନଗର ଓ ଇରମରେ ସହୀଦ ହୋଇଥିବା ସହୀଦମାନଙ୍କ ସଂଖ୍ୟା, ଗୁଳିକାଣ୍ଡର ସ୍ଥାନ ଓ ତାରିଖ ସଂପର୍କରେ ସଂପୂର୍ଣ୍ଣ ଭୁଲ୍ ଲେଖାହୋଇଥିବାରୁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ତୀବ୍ର ନିନ୍ଦା କରିଛନ୍ତି। 

ଏହି ଭୁଲ ତଥ୍ୟକୁ ଖୁବ୍ ଶୀଘ୍ର ପରିବର୍ତ୍ତନ କରି ସଠିକ୍ ତଥ୍ୟ ପ୍ରକାଶିତ କରିବାକୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଓ ରାଜ୍ୟ ଗଣଶିକ୍ଷା ବିଭାଗକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି। 

Advertisment


ପ୍ରକାଶଥାଉକି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସାରା ଦେଶରେ ଭାରତ ଛାଡ ଆନ୍ଦୋଳନ ସଂଗଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୧୯୪୨ ମସିହା ସେପ୍ଟେମ୍ବର ୨୨ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲାର ଲୁଣିଆଁ ଗାଁକୁ ସଂଲଗ୍ନ ଚାନ୍ଦିଆପୋଶି ଠାରେ ବ୍ରିଟିଶ ଗୁଳିରେ ୯ ଜଣ ଆନ୍ଦୋଳନକାରୀ ସହୀଦ ହୋଇଥିଲେ। କିନ୍ତୁ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ "୧୯୪୨  ମସିହା ସେପ୍ଟେମ୍ବର ୨୧ ତାରିଖ ଶ୍ରୀଜଙ୍ଗ ଗାଁରେ ୧୦ ବା ୧୧ ଜଣ ବ୍ୟକ୍ତି ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ" ବୋଲି ଭୁଲ୍ ତଥ୍ୟ ପ୍ରକାଶିତ ହୋଇଛି। ଏହି ବହିରେ ବ୍ରିଟିଶ ଗୁଳିକାଣ୍ଡର ସ୍ଥାନ, ତାରିଖ ଓ ସଂଖ୍ୟା ସଂପୂର୍ଣ୍ଣ ଭୁଲ୍ ଥିବାରୁ ଏହା ଭଦ୍ରକ ଜିଲ୍ଲାବାସୀ ଓ ଆମ ଭାରତବାସୀଙ୍କ ପ୍ରତି କୁଠାରଘାତ ଓ ସହୀଦମାନଙ୍କ ସ୍ମୃତି ପ୍ରତି ଉପହାସ କରାଯାଇଛି। 


ସେହିଭଳି ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖରେ  ବିଦେଇପୁରରୁ ଇରମ ୧୯ ବର୍ଗ ମାଇଲ୍ ସ୍ୱାଧୀନ ବାଞ୍ଛାନିଧି ଚକଡାରେ ଧାନ ଫସଲ ଓ ସାମୁଦ୍ରିକ ଲୁଣର କର ନଦେବା ପାଇଁ ସାଧାରଣ ଜନତା ଏକତ୍ରିତ ହୋଇ ଇରମ ମେଳନ ପଡିଆରେ ବୈଠକ କରୁଥିବା ବେଳେ ବାସୁଦେବପୁରର ପାଢୀ ଜମିଦାରର ଖବରକ୍ରମେ ତତ୍କାଳୀନ ପୋଲିସ ଅଫିସର କୁଞ୍ଜବିହାରୀଙ୍କ ସମେତ ବ୍ରିଟିଶ ପୋଲିସ୍ ସେଠାରେ ପହଞ୍ଚି ଅତି ନିଷ୍ଠୁର ଭାବେ  ଗୁଳିଚାଳନା କରିଥିଲେ। 

Advertisment


ଏହି ରକ୍ତତୀର୍ଥ ଇରମରେ ପ୍ରଥମ ମହିଳା ସହୀଦ ପରି ବେୱାଙ୍କ ସମେତ ମୋଟ ୨୯ ଜଣ ସହୀଦ ହୋଇଥିଲେ। କିନ୍ତୁ ଭୁଲ୍ ଭାବେ ଏହି ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ଇରମରେ ୨୮ ଜଣ ସହୀଦ ହୋଇଛନ୍ତି ବୋଲି ପ୍ରକାଶିତ ହୋଇଛି। ଯାହା ଇରମର ରକ୍ତଭିଜା ମାଟି ପ୍ରତି ଘୋର ଅପମାନ କରିଛି।   


ଦୀର୍ଘ ୧୨ ବର୍ଷ ଧରି ଏହି ଭୁଲ ତଥ୍ୟକୁ ଆମ ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ପଢାଯାଇଥିବାରୁ ଓଡିଶାର ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀଗଣ, ଗଣଶିକ୍ଷା ସଚିବଗଣ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ତତ୍କାଳୀନ ଅଧ୍ୟକ୍ଷ ଗଣ ଓ ବର୍ତ୍ତମାନର ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ତୁରନ୍ତ ସୁଧାରିବାକୁ ଦାବି ହୋଇଛି। ଏହି ତ୍ରୁଟିକୁ  ୨୦୨୬ ମସିହା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ସଂଶୋଧନ କରିବା ଦାବି ହୋଇଛି।

Freedom Fighter Bhadrak Eram History
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ