Advertisment

Charter Aircraft Crash: ଦୁର୍ଘଟଣାକୁ ପୂରିଲାଣି ୫ ଦିନ, କେବେ ବାହାରିବ ସତ ?

ଦୁର୍ଘଟଣାକୁ ପୂରିଲାଣି ୫ ଦିନ ! ଚାଲିଛି ଯାଞ୍ଚ, କେବେ ବାହାରିବ ସତ ? କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ଚାର୍ଟର ବିମାନ ? କ’ଣ ପାଇଁ ଫୋର୍ସ ଲ୍ୟାଣ୍ଡିଂ କଲା ? କେଉଁଠି ଥିଲା ବିମାନରେ ତ୍ରୁଟି ? କାହିଁକି ବିମାନକୁ ଫୋର୍ସ ଲ୍ୟାଣ୍ଡିଂ କଲେ ପାଇଲଟ୍ ?

Rourkela Plane Crash

Rourkela Plane Crash Photograph: (OTV)

Advertisment

ଦୁର୍ଘଟଣାକୁ ପୂରିଲାଣି ୫ ଦିନ ! ଚାଲିଛି ଯାଞ୍ଚ, କେବେ ବାହାରିବ ସତ ? କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ଚାର୍ଟର ବିମାନ ? କ’ଣ ପାଇଁ ଫୋର୍ସ ଲ୍ୟାଣ୍ଡିଂ କଲା ? କେଉଁଠି ଥିଲା ବିମାନରେ ତ୍ରୁଟି ? କାହିଁକି ବିମାନକୁ ଫୋର୍ସ ଲ୍ୟାଣ୍ଡିଂ କଲେ ପାଇଲଟ୍ ?  ଏ ସବୁ ପ୍ରଶ୍ନ ଏବେ ରାଉରକେଲା ବିମାନ ଦୁର୍ଘଟଣାସ୍ଥଳ ପଚାରୁଛି ।

Advertisment

ରାଉରକେଲା ଜଲଦାରେ ଆଜି ବି ଠିକ୍ ସେଇମିତି ଖଣ୍ଡ ଖଣ୍ଡ ହୋଇ ପଡ଼ିରହିଛି ଚାର୍ଟର ବିମାନ । ରାଉରକେଲା ବିମାନ ବନ୍ଦରରେ ତଦନ୍ତ ଅଧିକାରୀ ପହଞ୍ଚୁଛନ୍ତି । ଘନଘନ ଯାଞ୍ଚ ବି କରାଯାଉଛି । ହେଲେ ନା ଦୁର୍ଘଟଣାର ସ୍ପଷ୍ଟ ଚିତ୍ର ପଦାକୁ ଆସୁଛି । ନା ତଦନ୍ତ ଅଧିକାରୀମାନେ ଗଣମାଧ୍ୟମ ଆଗରେ ତଦନ୍ତକୁ ନେଇ ମୁହଁ ଖୋଲୁଛନ୍ତି । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହା ଏବେ ଖୁବ୍ ଆଲୋଚନାର ବିଷୟ ହେଲାଣି । 

୨୦୨୩ରୁ ରାଉରକେଲା ସହରକୁ ୭୨ ସିଟ ଥିବା ବିମାନ ଉଡାଣ କରୁଥିଲା । ହେଲେ ହଠାତ୍ କିଛି ଦିନପରେ ୭ ମାସ ପାଇଁ ବନ୍ଦ ରହିଲା । ଏବେ ଏଠାରୁ ଇଣ୍ଡିଆ ୱାନ ଏୟାର ବିମାନ ଉଡାଣ କରୁଛି । ଛୋଟ ବିମାନ ଥିଲା ସେଥିପାଇଁ ଦୁର୍ଘଟଣା ହେଲା ବୋଲି କୁହାଯାଉଛି । ଯଦି ୭୨ ସିଟ ଥିବା ବିମାନ ଯିବା ଆସିବା କରି ପାରୁଥିଲା ।

Advertisment

ତେବେ କାହିଁକି ୯ ସିଟର ବିମାନ ଚଳାଚଳ କରୁଛି ବୋଲି ସହରବସୀ ପ୍ରଶ୍ନ କରିଛନ୍ତି । ଆଉ ଆଗକୁ ଯଦି ଏନେଇ ଦୃଢ଼ ପଦକ୍ଷେପ ନନିଆଯାଏ ତେବେ ଜୋରଦାର ଆନ୍ଦୋଳନ ମଧ୍ୟ କରାଯିବ ବୋଲି କହିଛନ୍ତି । ସେପଟେ ବିଭାଗୀୟ ମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଖୁବ୍ ଶୀଘ୍ର ରାଉରକେଲା ବିମାନ ବନ୍ଦରରେ ଲାଗି ରହିଥିବା ଅସୁବିଧାକୁ ଦୂର କରାଯିବ ।

ଚାର୍ଟର ବିମାନ ଖସିପଡ଼ିବା କୌଣସି ସାଧାରଣ କଥାନୁହେଁ । ତେବେ କେଉଁ କାରଣ ନେଇ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାକୁ ନେଇ ଉତ୍ସୁକତା ବଢୁଥିବା ବେଳେ ଶୀଘ୍ର ସତ୍ୟ ସାମ୍ନାକୁ ଆସିବା ଜରୁରୀ ରହିଛି । 

Advertisment
Rourkela Chartered Flights Aircraft Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ