ଚାଷୀ ବିକୁଛି କମରେ, ଖାଉଟି କିଣୁଛି ଦୁଇରୁ ତିନି ଗୁଣା ଅଧିକ ଦରରେ । ଚାଷୀ ଖଟି ଖଟି ପାରିଶ୍ରମିକ ପାଉନି, ଖାଉଟି ଦର ଦେଖି କିଣିବାକୁ ଡରୁଛି। ରାଜ୍ୟବ୍ୟାପୀ ବିଭିନ୍ନ ବଜାରରେ ପରିବାର ଦର ଥମୁ ନଥିବା ବେଳେ କ୍ଷେତରୁ କିଣା ଓ ଦୋକାନୀର ବିକ୍ରି ଦର ଭିତରେ ଆକାଶ ପାତାଳ ପ୍ରଭେଦ।