ଶେଷ ହେଲା ଅପେକ୍ଷା । କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଲା ‘ସୁଭଦ୍ରା’ । ମହିଳାଙ୍କୁ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ଆଜି ବାସ୍ତବରେ ପୂରଣ ହୋଇଛି । କୋଟିଏରୁ ଉର୍ଦ୍ଧ୍ୱ ମହିଳାଙ୍କ ନିକଟରେ ଆଉ କିଛି ସମୟ ମଧ୍ୟରେ ପହଞ୍ଚିବାକୁ ଯାଉଛି ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଆଣିଥିଲେ ‘ସୁଭଦ୍ରା’ ଯୋଜନା । ତେଣୁ ଏବେ ସେହି ମହିଳାମାନଙ୍କୁ ଆହୁରି ଦୁଇପାଦ ଆଗକୁ ନେବାକୁ ସରକାର କିଛି ନୂଆ ଯୋଜନା ପ୍ରସ୍ତୁତ କରୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।