Last updated: 25 August 2024, 11:18 AM IST
ମା’ତା’ ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି । ଜୀବନ ଜୀଇବା ପାଇଁ ସାଲାଇନ୍ ଲାଗିଛି । ମେଡିସନ୍ ବି ଚାଲିଛି । ହେଲେ ସବୁ କିଛି ଯେମିତି ତା’ର ଶେଷ ହୋଇଯାଇଛି । କେବଳ କୋଳ ଖାଲି ହୋଇନି । ସେ ଯେମିତି ସବୁ ଦେଖିପାରୁଥିଲେ ବି ତା’ ଦୁନିଆ ଅନ୍ଧାର ହୋଇଯାଇଛି । ଆଉ ଏ ମା’ର ସବୁ କିଛି ଛଡ଼ାଇ ନେଇଛି ଟାଟା ପାୱାର ।