ଜ୍ୱାଇଁକୁ ବିଷ ଦେଇଦେଲେ ଶଶୁର ଘର ଲୋକେ Photograph: (OTV)
ଜ୍ୱାଇଁଙ୍କୁ ମାରିଦେଲେ ଶଶୁର ଘର ଲୋକେ। ମାଡ ମାରିଲେ ଆଉ ବିଷ ଦେଇ ମାରିଦେଲେ। କିପରି ରଚିଥିଲେ ଷଡଯନ୍ତ୍ର ସବୁ କହିଛି ଜ୍ୱାଇଁ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରୁ ଆସିଛି।
ସୂଚନା ମୁତାବକ ଜ୍ୱାଇଁ ବିପିନ ଭୂଇଁଆଙ୍କୁ ପ୍ରଥମେ ତାଙ୍କ ଶଶୁର, ପତ୍ନୀଙ୍କ ଧରମବାପା ଆଉ ଜଣେ ଅଜଣା ଯୁବକ ମିଶି ମାଡ ମାରିଥିଲେ। ଏହା ପରେ ଥଣ୍ଡାରେ ବିଷ ମିଶାଇ ଦେଇଦେଇଥିଲେ। ଘଟଣାକୁ ଅନ୍ୟ ମୋଡ ଦେବା ପାଇଁ ରଚିଥିଲେ ଷଡଯନ୍ତ୍ର। ବିପିନ୍ ହାତରେ ଧରାଇଦେଇଥିଲେ ବିଷ ବୋତଲ। ଏହା ପରେ ତାଙ୍କ ଘରଲୋକଙ୍କୁ ଫୋନ୍ କରି କହିଥିଲେ ଯେ ପୁଅ ବିଷ ପିଇ ମରିଯାଇଛି। ମେଡିକାଲ୍ ବେଡରେ ଛଟପଟ ହେଉଥିବା ବେଳେ ବିପିନ ସବୁ କଥା କହିଛନ୍ତି। ତେବେ ଏ ଘଟଣାରେ ଶଶୁର ଘର ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।
ଚିକିତ୍ସା ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ନୟାଗଡ-ରଣପୁର ରାସ୍ତା ଅବରୋଧ କରିଥିଲେ। ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୋଲିସ ପ୍ରତିଶ୍ରତି ଦେଲା ପରେ ରାତି ୧ଟାରେ ରାସ୍ତାରୁ ଲୋକେ ହଟିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/son-in-law-was-poisoned-and-killed-2026-01-02-14-54-20.jpg)