Advertisment

ବିବାଦ ଘେରରେ ପୀୟୂଷ ତ୍ରିପାଠୀ

ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରା ସିଂହବାହିନୀରେ ଯୋଗ ଦେଉନଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢ଼ୀ।

Advertisment

ବିବାଦ ଘେରରେ ଲୋକପ୍ରିୟ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରା ସିଂହବାହିନୀରେ ଯୋଗ ଦେଉନଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଏହାର ମାଲିକ । ଏଣେ ସୋସିଆଲ ମିଡିଆରେ ଯାତ୍ରାପାର୍ଟି ମାଲିକଙ୍କ ଆରୋପ ଓ ପୀୟୂଷଙ୍କ ରୋକଠୋକ୍ ଜବାବ ସହ ଉଭୟଙ୍କ ମଧ୍ୟରେ ବାଦ ବିବାଦ ଏବେ ଓଡ଼ିଶା ଯାତ୍ରା ଜଗତରେ ସୃଷ୍ଟି କରିଛି ବଡ଼ ହଲଚଲ୍ । 'ଲକ୍ଷ ଲକ୍ଷ ଟଙ୍କା ନେଲେ । ମନପସନ୍ଦର ଦାମୀ ଗାଡ଼ି ଗିଫଟ୍ ପାଇଲେ । ଜଗନ୍ନାଥଙ୍କ ନାଁରେ ଶପଥ ବି କଲେ । ତାସତ୍ତ୍ବେ ବି ଆମ ଯାତ୍ରା ପାର୍ଟିକୁ ଆସିବାକୁ ଅମଙ୍ଗ ।' ଲୋକପ୍ରିୟ ଯାତ୍ରା ଆର୍ଟିଷ୍ଟ ପୀୟୂଷ ତ୍ରିପାଠୀଙ୍କ ନାଁରେ, ଅପେରା ସିଂହବାହିନୀ ମାଲିକ ସଂଜୀବ ପାଢୀଙ୍କର ଏଭଳି କିଛି ସଂଗୀନ ଅଭିଯୋଗକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା ଯାତ୍ରା ଜଗତ ।

Advertisment
Jollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ