Advertisment

Odisha Youth Donates Organs: ମୃତ୍ୟୁ ପରେ ବି ଅମର ହୋଇଗଲେ ଯୁବକ

ମୃତ୍ୟୁ ପରେ ଅଂଗଦାନ କଲେ ଓଡ଼ିଆ ପୁଅ ସମ୍ବର ସ୍ୱାଇଁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଳକ ବିଡ଼ିପୁର ପଞ୍ଚାୟତ ସୋରିଷମୁଳି ଗ୍ରାମର ବାସିନ୍ଦା ସମ୍ବର ଗୁଜୁରାଟର ସୁରତ ସହରର ଓଲପାହାଡ଼ ସୂତା କଳରେ ଦାଦନ ଶ୍ରମିକ ଭାବେ କାମ କରନ୍ତି।

Odisha Youth Donates Organs

ମୃତ୍ୟୁ ପରେ ବି ଅମର ହୋଇଗଲେ ଯୁବକ Photograph: (OTV)

Advertisment

ମୃତ୍ୟୁ ପରେ ଅଂଗଦାନ କଲେ ଓଡ଼ିଆ ପୁଅ ସମ୍ବର ସ୍ୱାଇଁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଳକ ବିଡ଼ିପୁର ପଞ୍ଚାୟତ ସୋରିଷମୁଳି ଗ୍ରାମର ବାସିନ୍ଦା ସମ୍ବର ଗୁଜୁରାଟର ସୁରତ ସହରର ଓଲପାହାଡ଼ ସୂତା କଳରେ ଦାଦନ ଶ୍ରମିକ ଭାବେ କାମ କରନ୍ତି। ନିକଟରେ ହଠାତ ଏକ ଦୁର୍ଘଟଣାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। 

Advertisment

ଏହା ପରେ ପରିବାର ଲୋକଙ୍କ ଅନୁମତି କ୍ରମେ ସମ୍ବର ନିଜ ଶରୀରର କିଡ୍‌ନୀ ଓ ଫୁସଫୁସ ପ୍ରଦାନ କରିଛନ୍ତି। ସରକାରୀ ସିଭିଲ ମେଡିକାଲରେ ଡାକ୍ତରମାନେ ତାଙ୍କ ଦୁଇଟି ଅଙ୍ଗକୁ ଗ୍ରହଣ କରିଛନ୍ତି। ସେଠାରୁ ତାଙ୍କ ମୃତ ଶରୀର ଗାଁ ସୋରିଷମୁଳି ଅଭିମୁଖେ ବହାରିଛି ଆଜି ସନ୍ଧ୍ୟା ରେ ତାଙ୍କ ଶରୀର ଗାଁ ରେ ପଂହଁଚିବ । ପରିବାର ସହିତ ସମ୍ବରଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଶୋକାକୁଳ ପରିବେଶରେ ଅପେକ୍ଷା କରି ରହିଛନ୍ତି।

Humanity Organ Donation Bhanjanagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ