Advertisment

Odisha Police Encounter Strategy: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ?

ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା।

Advertisment

ଛୋଟ ହୁଅନ୍ତୁ କି ବଡ଼, ଉତ୍ପାତ ଚଳାଇଥିବା ଅପରାଧୀଙ୍କ ବିରୋଧରେ ଜବରଦସ୍ତ ଆକ୍ସନ୍ ମୋଡ୍‌କୁ ଆସିଛି ଓଡ଼ିଶା ପୋଲିସ। ସେ ଲୁଟେରା ହେଉ ଅବା ନିଶା ବେପାରୀ, ଦୁଷ୍କର୍ମୀ ହେଉ ଅବା ଅନ୍ୟ କୌଣସି ଅପରାଧୀ। ଏମାନଙ୍କୁ ସାବାଡ୍ କରିବା ପାଇଁ ଏବେ ସିଧା ଏନକାଉଣ୍ଟର କରୁଛି ପୋଲିସ। କାଲି ଭୁବନେଶ୍ବର, ଆଜି ଝାରସୁଗୁଡ଼ା। ଏଭଳି ଗତ ୩ ମାସରେ ଓଡ଼ିଶା ପୋଲିସ କରିସାରିଲାଣି ୧୫ରୁ ଅଧିକ ଏନକାଉଣ୍ଟର। ଲାଗୁଛି, ସତେ ଯେମିତି ଓଡ଼ିଶା ପୋଲିସ୍ ଆପଣାଇଛି ୟୁପିର ଯୋଗୀ ସରକାରଙ୍କ ଏନ୍କାଉଣ୍ଟର ଫଣ୍ଡା।

Advertisment

ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା। ଆଜିର ଘଟଣା। ସ୍ଥାନ ଝାରସୁଗୁଡ଼ା-ବେଲପାହାଡ଼ ରାସ୍ତା। ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସିଧା ଏନକାଉଣ୍ଟର୍ କରିଛି ଝାରସୁଗୁଡ଼ା ପୋଲିସ। ପୋଲିସ ଗୁଳିରେ ଆହତ ହୋଇଛନ୍ତି ଅଭିଯୁକ୍ତ ଶେଖ୍ ଆଶିଷ ଏବଂ ଅଭିଷେକ ବାରିକ। ଉଭୟଙ୍କ ଗୋଡ଼ରେ ବାଜିଛି ଗୁଳି। ସମୟ ସକାଳ ପ୍ରାୟ ସାଢ଼େ ୭ଟା। ବେଲପାହାଡ଼ରୁ ଝାରସଗୁଡ଼ା ସ୍ଥିତ ପୋକସୋ କୋର୍ଟକୁ ଭ୍ୟାନରେ ଆଣୁଥିବାବେଳେ ୨ ଅଭିଯୁକ୍ତ ବାନ୍ତିର ବାହାନା କରି ମଝି ରାସ୍ତାରେ ଓହ୍ଲାଇପଡ଼ିଥିଲେ। ଆଉ ହଠାତ୍ ପୋଲିସଠୁ ବନ୍ଧୁକ ଛଡ଼ାଇ ଫାଇରିଂ କରିବା ସହ ଖସିଯିବାକୁ ଉଦ୍ୟମ କରୁଥିଲେ। ବାଧ୍ୟ ହୋଇ ଉଭୟଙ୍କୁ ଏନକାଉଣ୍ଟର କରାଯାଇଥିବା କହିଛି ପୋଲିସ୍।

Encounter Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ