Advertisment

Odisha Rolls Out ‘Ama Sathi’ WhatsApp Chatbot: ଆସିଲା ‘ଆମ ସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍, ଜନ୍ମଠୁ ମୃତ୍ୟୁ ସାର୍ଟିଫିକେଟ୍ ଭଳି ମିଳିବ ୧୩୨ଟି ଅନଲାଇନ୍ ସେବା

ଏଣିକି ହାତ ପାହାନ୍ତାରେ ମିଳିପାରିବ ସରକାରୀ ସୁବିଧା। ହ୍ବାଟସ୍ ଆପରେ ମେସେଜ୍ କଲେ ମିଳିଯିବ ସାର୍ଟିଫିକେଟ୍ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆମ ସାଥି ୟୁନିଫାଏଡ ହ୍ବାଟସପ୍ ଚାଟ୍ ବଟ୍ ।

AMA-SATHI

chatbot Photograph: (OTV)

Advertisment

ଏଥିରେ ଲୋକେ ନିଜର ସମସ୍ୟା ଜଣାଇବା ସହ ୧୩୨ ପ୍ରକାର ସରକାରୀ ଅନଲାଇନ୍ ସେବାର ସୁବିଧା ନେଇପାରିବେ । ଯଦି ନିର୍ଦ୍ଦିଷ୍ଟ ସମୟରେ ସେବା ନ ମିଳେ ତେବେ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର ।

Advertisment

ଆଉ ସରକାରୀ ଅଫିସ ଯିବାକୁ ପଡ଼ିବନି କି ଜନସେବା କେନ୍ଦ୍ରକୁ ବି ନୁହଁ । ହ୍ବାଟସଆପରେ ଗୋଟିଏ ମେସେଜ କରି ଆବେଦନ କରି ପାଇପାରିବେ ବାର୍ଥ ସାଟିଫିକେଟଠୁ ଆରମ୍ଭ କରି କାଷ୍ଟ ଆଉ ଇନକମ ସାର୍ଟିଫିକେଟ । କାହାକୁ ହାତ ଗୁଞ୍ଜା ଟଙ୍କାଟେ ବି ଦେବାକୁ ପଡ଼ିବନି। ଆଉ ନିର୍ଦ୍ଧାରିତ ସମୟରେ ପାଇ ପାରିବେ ସେବା । ସେଥିପାଇଁ ଆମ ସାଥି ୟୁନିଫାଏଡ ହ୍ବାଟସପ୍ ଚାଟ୍ ବଟ୍ ର ଲୋକାର୍ପଣ କରିଛନ୍ତି ମୁଖ୍ୟ ଶାସନ ସଚିବ । 9437292000 ନମ୍ବରରେ ଆମ ସାଥି ହ୍ବାଟସଆପ୍ ଚାଟ ବଟରେ ଗୋଟିଏ ମେସେଜ ଦେଲେ ହୋଇଯିବ ଆବେଦନ । 

ବଡ କଥା ହେଲା ଏହି ଚାଟ୍ ବଟରେ ଆବେଦନ କରିଥିବା ସେବା ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ନମିଳେ ତାହେଲେ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ମଧ୍ୟ ନେବେ ସରକାର ।ଏହି ହ୍ବାଟସଆପ ଚାଟ ବାଟରେ କୌଣସି ସେବା ପାଇଁ ଜଣେ ଆବେଦନ କରି ଟ୍ରାକ ମଧ୍ୟ କରି ପାରିବ, ଆବେଦନର ସ୍ଥିତି କଣ । କେଉଁଠି ଅଟକିଛି ତାହା ମଧ୍ୟ ଜାଣିପାରିବ। ବିଳମ୍ବ ହେଉଥିଲେ ତାର କାରଣ ମଧ୍ୟ ଜାଣିପାରିବ । 

Advertisment

ନଜର ପକାନ୍ତୁ ଏହି ହ୍ବାଟସଅପ ଚାଟ୍ ବଟ୍ ଜରିଆରେ କିଭଳି ଆବେଦନ କରିବେ ଆଉ କେଉଁ ସେବା ପାଇ ପାରିବେ । ବ୍ଲକ, ତହସିଲ ଏବଂ ବିଏମସି କାର୍ଯ୍ୟଳୟର ବିଭିନ୍ନ ସେବା ସହ ସରକାରଙ୍କ ୧୩୨ ପ୍ରକାର ଅନଲାଇନ ସେବା ଏବେ ଉପଲବ୍ଧି ଅଛି । ଇନକମ, କାଷ୍ଟ ଆଉ ରେସିଡେନ୍ସ certificate. ଜମି କିଣାବିକା ବାବଦ ସମସ୍ତ ସେବା ସହ ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆନ୍ତଃ ଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ସହଜରେ ପାଇପାରିବେ । 

ପ୍ରଥମେ ଏହି ନମ୍ବରରେ ହ୍ବାଟସ୍ଆପ ଜରିଆରେ ମେସେଜ କରିବାକୁ ହେବ । ତାପରେ ନିଜ ବାବଦରେ ସମସ୍ତ ତଥ୍ୟ ଦେବେ. ପରେ ବିଭିନ୍ନ ବିଭାଗର ଯେଉଁ ସେବା ଆବଶ୍ୟକ ସେଥିରେ କ୍ଲିକ କରି ଆବେଦନ କରି ପାରିବେ । 

Advertisment

ସବୁଠୁ ବଡ କଥା ହେଲା ଯୁଜର୍ସ ଫି ମଧ୍ୟ କେବଳ ହ୍ବାଟସଟ୍ସଆପ ପେ ଜରିଆରେ କରିହେବ । ଏହି ଚାଟ ବଟରେ ଓଡ଼ିଆରେ ମେସେଜ କରି ଆବେଦନ କରିହେବ । ଏମିତି ନ ଲେଖି ମଧ୍ୟ ଜଣେ ମୌଖିକ ଆଦେଶରେ ଆବେଦନ କରିପାରିବେ । 

WhatsApp Chatbot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ