No Salary from September if Agri Dept Staff Skip Joining warned Dept Secretary Aravind Kumar Padhee
କୃଷି ବିଭାଗ କର୍ମଚାରୀ ଓ ଅଧିକାରୀଙ୍କୁ ବିଭାଗୀୟ ସଚିବଙ୍କ କଡ଼ା ତାଗିଦ। ପ୍ରମୋଶନ୍ କିମ୍ବା ବଦଳି ପରେ ନୂଆ ସ୍ଥାନ ଓ ଦାୟିତ୍ବରେ ଯୋଗ ନଦେଲେ ସେପ୍ଟେମ୍ବରରୁ ଦରମା ବନ୍ଦ। କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏନେଇ ଏକ ଆଦେଶନାମା ଜାରି କରିଛନ୍ତି। ଅଗଷ୍ଟ ୩୧, ୨୦୨୫ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗଦେବାରେ ବିଫଳ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେଇ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us