Advertisment

Fire in Subarnapur: ଘରେ ଲାଗିଲା ନିଆଁ; ହୁତୁହୁତୁ ଜଳିଲା, ଆଉ ତା’ ପରେ…

ଘରେ ନିଆଁ ଲଗାଇଲେ ଦୁର୍ବୁର୍ତ୍ତ। ନିଆଲାଗି ହୁତୁହୁତୁ ହୋଇ ଜଳିଗଲା ଗୋଟିଏ ବଖରା ଚାଳ ଘର। ଅଳ୍ପକେ ବର୍ତ୍ତିଗଲା ପୂରା ପରିବାର। ଦୁର୍ବୁର୍ତ୍ତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କେନାଲ ନିକଟରେ ରହୁଥିବା ଦଶରଥ ବାଗଙ୍କ ଘରେ ନିଆଁ ଲଗାଇ ଫେରାର ମାରିଥିଲା।

Fire in Subarnapur

ଘରେ ଲାଗିଲା ନିଆଁ; ହୁତୁହୁତୁ ଜଳିଲା, ଆଉ ତା’ ପରେ… Photograph: (OTV)

Advertisment

ଘରେ ନିଆଁ ଲଗାଇଲେ ଦୁର୍ବୁର୍ତ୍ତ। ନିଆଲାଗି ହୁତୁହୁତୁ ହୋଇ ଜଳିଗଲା ଗୋଟିଏ ବଖରା ଚାଳ ଘର। ଅଳ୍ପକେ ବର୍ତ୍ତିଗଲା ପୂରା ପରିବାର। 

Advertisment


ସୂଚନା ମୁତାବକ ସୋମବାର ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୁର୍ତ୍ତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କେନାଲ ନିକଟରେ ରହୁଥିବା ଦଶରଥ ବାଗଙ୍କ ଘରେ ନିଆଁ ଲଗାଇ ଫେରାର ମାରିଥିଲା। ଫଳରେ ଚାଳ ଘର ହୁତୁହୁତୁ ହୋଇ ଜଳି ଯାଇଥିଲା। ହେଲେ ଦଶରଥ ଓ ତାଙ୍କ ସ୍ତ୍ରୀ ପଦ୍ମିନୀ ଅନ୍ୟ ଗାଁକୁ ଯାଇଥିବା ବେଳେ ତାଙ୍କ ୨ ଝିଅ ପ୍ରତିମା ଓ କରିସ୍ମା ଅନ୍ୟ ଏକ ଚାଳ ଘରେ ଶୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ପରିବାର ଲୋକଙ୍କୁ ଜିଅନ୍ତା ଜାଳି ଦେବାକୁ ଲକ୍ଷ ରଖିଥିଲା ଦୁର୍ବୁର୍ତ୍ତ, ହେଲେ ଭାଗ୍ୟ ଭଲ ଥିବାରୁ ସମସ୍ତେ ବଞ୍ଚିଯାଇଛନ୍ତି।


ତେବେ ଏହି ଅଗ୍ନିକାଣ୍ଡରେ ଘରେ ଥିବା ସାର୍ଟିପିକେଟ, ବାଇକ, ଆଧାର କାର୍ଡ, ଘରର ଆସବାବପତ୍ର, ଚାଉଳ ଆଦି ସବୁକିଛି ପୋଡି ପାଉଁଶ ହୋଇଯାଇଛି। ଏପଟେ ଖବର ପାଇଁ ବିଳମ୍ବିତ ରାତିରେ ଘଟଣା ସ୍ଥଳକୁ ରାମପୁର ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ ବି ସବୁ କିଛି ପୋଡି ପାଉଁଶ ହୋଇଯାଇଛି। ଏହି ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ଦାବି ହେଉଛି।

Advertisment
Poor Family Fire Binika Subarnarekha Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ