Advertisment

Kite Tragedy: ମକର ସଂକ୍ରାନ୍ତି ଆସିଲେ, ଏଇ ପରିବାର ଲୁହ ଝରାଏ

ବାହାଘରକୁ ମାତ୍ର ୬ ମାସ ହୋଇଥିଲା । ଗୋଟିଏ ମାସର ଏ ଅନ୍ତସତ୍ତ୍ବା ସ୍ତ୍ରୀଟା ସ୍ବାମୀଙ୍କୁ ହରାଇଥିଲା । ୪ ବର୍ଷର ତଳର ସେ ଘଟଣା ଆଜି ପୁଣି ତାଜା ହୋଇଛି । ଲୁହ ଗଡ଼ାଇ ସ୍ବାମୀଙ୍କ କଥା କହି ପରିବାରର ଦୁଃଖ ବଖାଣିଛନ୍ତି କଟକ ଜଗତପୁର ଭୈରିପୁର ଅଞ୍ଚଳର ମୃତ ଜୟନ୍ତ ସାମଲଙ୍କ ପତ୍ନୀ ସସ୍ମିତା ସାମଲ ।

Cuttack Makara Gudiuda

Cuttack Makara Gudiuda Photograph: (OTV)

Advertisment

କଥା କହୁକହୁ ସ୍ବାମୀଙ୍କ କଥା କହି, କୋହ ସମ୍ଭାଳି ପାରୁନାହାନ୍ତି ସ୍ତ୍ରୀ । ଆଖିରୁ ଠପ୍ ଠପ୍ ଲୁହ ଗଡ଼ିଯାଉଛି । ଆଜି ଭଳି ସେଦିନ ବି ଥିଲା ମକର ସଂକ୍ରାନ୍ତି । ମଥାରୁ ଲିଭିଯାଇଥିଲା ସିନ୍ଦୂର । ହାତରୁ ଶଙ୍ଖା କାଢ଼ିଥିଲା ନବବଧୂ ।

Advertisment

ବାହାଘରକୁ ମାତ୍ର ୬ ମାସ ହୋଇଥିଲା । ଗୋଟିଏ ମାସର ଏ ଅନ୍ତସତ୍ତ୍ବା ସ୍ତ୍ରୀଟା ସ୍ବାମୀଙ୍କୁ ହରାଇଥିଲା । ୪ ବର୍ଷର ତଳର ସେ ଘଟଣା ଆଜି ପୁଣି ତାଜା ହୋଇଛି । ଲୁହ ଗଡ଼ାଇ ସ୍ବାମୀଙ୍କ କଥା କହି ପରିବାରର ଦୁଃଖ ବଖାଣିଛନ୍ତି କଟକ ଜଗତପୁର ଭୈରିପୁର ଅଞ୍ଚଳର ମୃତ ଜୟନ୍ତ ସାମଲଙ୍କ ପତ୍ନୀ ସସ୍ମିତା ସାମଲ । କହିଛନ୍ତି ସେଦିନର ସେ ମାଞ୍ଜାସୂତା କିଭଳି ତାଙ୍କ ସିନ୍ଦୂର ନେଇଗଲା ।

ମକର ସଂକ୍ରାନ୍ତିକୁ ବେଶ୍ ଧୁମଧାମରେ ପାଳନ କରନ୍ତି କଟକବାସୀ । ଗୁଡ଼ି ଉଡ଼ାକୁ ନେଇ ବେଶ୍ ଉତ୍ସାହ ଲାଗିରୁହେ । ହେଲେ ସେହି ଗୁଡ଼ିଉଡ଼ା ପରମ୍ପରା ଏବେ କାଳ ହୋଇଛି । ଚାଇନା ମାଞ୍ଜା ସୂତାରେ ଅନେକଙ୍କ ଜୀବନ ଯାଇଛି । ସସ୍ମିତାଙ୍କ ପରିବାର ଭଳି ଅନେକ ପରିବାର ମକର ସଂକ୍ରାନ୍ତି ଆସିଲେ ଆଖିରୁ ଲୁହ ଝରାଉଛନ୍ତି ।  

Advertisment

ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ସରକାରଙ୍କ ପକ୍ଷରୁ ଏମାନଙ୍କୁ କୌଣସି ସହାୟତା ମିଳିନାହିଁ । ଅନ୍ୟପଟେ ଗୁଡ଼ି ଉଡ଼ାକୁ ନେଇ ଡିସିପି କହିଛନ୍ତି, ମାଞ୍ଜା ସୂତା ଉପରେ କଟକଣା ଲାଗିଛି । ପ୍ରତି ଥାନା ପିସିଆର ଭ୍ୟାନ ବ୍ୟବସାୟୀଙ୍କ ଉପରେ ନଜର ରଖିଛନ୍ତି । ସାଧାରଣ ଲୋକଙ୍କୁ ବି ମାଞ୍ଜା ସୂତାରେ ଗୁଡି ନଉଡାଇବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ।

ମକର ଆସିଲେ ଖୁସି ହୁଅନ୍ତି କଟକବାସୀ । ହେଲେ ଏହିପରି କିଛି ପରିବାର ଆଖିରୁ ଲୁହ ଝରିପଡ଼େ । ତେବେ ଗୁଡ଼ିଉଡ଼ାକୁ ନେଇ ପ୍ରଶାସନ ଆହୁରି କଠୋର ହେବା ସହ ଜୀବନ ହାନୀ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

Advertisment
Cuttack Makar Sankranti Kite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ