Advertisment

ସରକାରୀ ଜମି ମାଡ଼ି ବସିଛନ୍ତି ବିଜେଡି ସାଂସଦ !

ତତକାଳୀନ ବିଜେଡି ସରକାରର ପାୱାରଫୁଲ ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ନାଁରେ ମାଳ ମାଳ ଅଭିଯୋଗ । ଗରିବ-ନୀରିହ ଲୋକଙ୍କୁ ଧମକାଇ ହଡପ କରିନେଇଛନ୍ତି ଶହେ ବର୍ଷ ହେଲା ସେମାନଙ୍କ ପାଖରେ ଥିବା ସରକାରୀ ଜମି ।

Advertisment

କାହାକୁ ସରକାରର ପାୱାର ଦେଖାଇଲେ ତ କାହାକୁ ଧମକାଇଲେ। ଥାନାକୁ ଡାକି କେସ୍ କରିବାର ଭୟ ବି ଦେଖାଇଲେ। ଗରିବ-ନୀରିହ ଲୋକଙ୍କୁ ନାଲିଆଖି ଦେଖାଇ, ସେମାନଙ୍କ ଦଖଲରେ ଥିବା ସରକାରୀ ଜମିକୁ ବିଜେଡିର ମୋଷ୍ଟ ପାୱାରଫୁଲ୍ ସାଂସଦ ମାନସ ମଙ୍ଗରାଜ ହଡପ କରିନେଇଥିବା ଅଭିଯୋଗ ହୋଇଛି। ଏପରିକି କିଛି ଲୋକଙ୍କଠାରୁ ଜୋର ଜବରଦସ୍ତ ଶାଗ-ମାଛ ଦରରେ ଜମି କିଣି ନେଇଥିବା ବି ଅଭିଯୋଗ ହୋଇଛି। ତେବେ ସେ କୌଣସି ସରକାରୀ ଜମି ଜବରଦଖଲ କରିନଥିବା ଫୋନରେ ପ୍ରତିକ୍ରିୟା ରଖିଛନ୍ତି ମାନସ। ଜିଲ୍ଲାପାଳ କହିଛନ୍ତି, ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। 

Advertisment
BJD MP Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ