ମାନସଙ୍କ ଜମି କେଳେଙ୍କାରୀ !
Advertisment
କାହାକୁ ସରକାରର ପାୱାର ଦେଖାଇଲେ ତ କାହାକୁ ଧମକାଇଲେ। ଥାନାକୁ ଡାକି କେସ୍ କରିବାର ଭୟ ବି ଦେଖାଇଲେ। ଗରିବ-ନୀରିହ ଲୋକଙ୍କୁ ନାଲିଆଖି ଦେଖାଇ, ସେମାନଙ୍କ ଦଖଲରେ ଥିବା ସରକାରୀ ଜମିକୁ ବିଜେଡିର ମୋଷ୍ଟ ପାୱାରଫୁଲ୍ ସାଂସଦ ମାନସ ମଙ୍ଗରାଜ ହଡପ କରିନେଇଥିବା ଅଭିଯୋଗ ହୋଇଛି। ଏପରିକି କିଛି ଲୋକଙ୍କଠାରୁ ଜୋର ଜବରଦସ୍ତ ଶାଗ-ମାଛ ଦରରେ ଜମି କିଣି ନେଇଥିବା ବି ଅଭିଯୋଗ ହୋଇଛି। ତେବେ ସେ କୌଣସି ସରକାରୀ ଜମି ଜବରଦଖଲ କରିନଥିବା ଫୋନରେ ପ୍ରତିକ୍ରିୟା ରଖିଛନ୍ତି ମାନସ। ଜିଲ୍ଲାପାଳ କହିଛନ୍ତି, ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us