ମୋଘର ଲୋକ, ଜାତି ସମାଜ ସବୁ ମରିଗଲେ। ମୋର ଭାଇ ନାହିଁ କି ଦାଇ ନାହିଁ। ଆଜି ସମସ୍ତେ ମୋ ପାଇଁ ମରିଗଲେ। ସ୍ତ୍ରୀର ଛାତିଫଟା ଚିତ୍କାରରେ କମ୍ପି ଯାଉଛି ଘର ଅଗଣା। ଯେତେ ବୁଝାଇଲେ ବି ସେ ବୁଝୁନାହିଁ। କାନ୍ଦିବନି ଅବା କେମିତି ତା ଦେବତା, ତା ଶଙ୍ଖା, ସିନ୍ଦୂର ଆଜି ତାକୁ ଛାଡ଼ି ଚାଲିଯାଇଛି। ହେଲେ ଏ ସମୟରେ ଯିଏ ତାଙ୍କ ସାଥ ଦେବାକଥା, ସେହି ଜାତି ସମାଜ ଆଜି ତାଙ୍କ ପରିବାରକୁ ଅସହାୟ କରି ଛାଡି ଦେଇଛି। ସ୍ବାମୀର ମୃତ୍ୟୁ ପରେ ଶବ ଛୁଉଁନାହାନ୍ତି ଜାତି ସମାଜ। କାହିଁକି ନାଁ ପରିବାରକୁ କାଳେ ବାସନ୍ଦ କରିଛି ନିଜକୁ ସଭ୍ୟ ବୋଲାଉଥିବା ସମାଜ। ଝିଅ ଭୁଲ୍ କରିଥିବା କହି ଦଣ୍ଡ ଦେଉଛନ୍ତି ବାପାଙ୍କ ଶବକୁ ଓ ଅସହାୟ ପରିବାରକୁ ।