Last updated: 04 August 2024, 12:04 PM IST
ବାଜିରେ ଲାଗିଛି ଜୀବନ । ଦୋହଲିଲାଣି ପୋଲ । ଦେଖାଗଲାଣି ଲୁହାଛଡ଼ । ଉଭୟ ପାର୍ଶ୍ବର ବାଡ଼ ମଧ୍ୟ ଭାଙ୍ଗି ଗଲିପଡ଼ିଲାଣି । କେତେବେଳେ ଯେ, ଏ ଭୁଶୁଡ଼ିବ କାହାକୁ ଜଣାନାହିଁ । ଦେଖନ୍ତୁ ଏ ଗହଳିକୁ... ଚଳଚଞ୍ଚଳ ଏ ଜୀବନ ଭିତରେ କେଇଟା କ୍ଷଣରେ ଏ ଜୀବନ ଦୀପ ଲିଭିଯିବ କାହାକୁ ବି ଜଣାନାହିଁ । ଆପଣ ଭାବୁଥିବେ ଆମେ ଏ ପୋଲ ଆଉ ୟା ଉପରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ନେଇ କାହିଁକି ଏମିତି ସବୁ କହିଯାଉଛୁ । ପ୍ରକୃତରେ ଏ ପୋଲ ନୁହେଁ ଏ ହେଉଛି ମୃତ୍ୟୁର ଫାଶ । ସତେ ଯେମିତି ଯମ ଏଠି ଜଗି ବସିଛି ।