Advertisment

Husband-Wife Dies: ସ୍ୱାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି; ବିଷ ପିଇଦେଲେ ଦମ୍ପତ୍ତି; ବିଚରା ଶିଶୁ ପୁତ୍ର…

ସ୍ୱାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି। ନିଛାଟିଆ ଜଙ୍ଗଲ ଭିତରେ ବିଷ ଖାଇ ଦମ୍ପତ୍ତି ମୃତ। ସାରା ରାତି ବାପା-ମାଙ୍କୁ ଜଗି ରହିଲା ୫ ବର୍ଷର ଶିଶୁ ପୁତ୍ର। ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଂଚଳରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

Husband-Wife Dies

ସ୍ୱାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି Photograph: (OTV)

Advertisment

ସ୍ୱାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି। ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇଦେଲେ ଦମ୍ପତ୍ତି। ସାରା ରାତି ବାପା-ମାଙ୍କୁ ଜଗି ରହିଲା ୫ ବର୍ଷର ଶିଶୁ ପୁତ୍ର ଆଉ ସକାଳେ ବାହାରକୁ ଆସି ଲୋକଙ୍କୁ ଜଣାଇଲା।

Advertisment

ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଂଚଳରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶନିବାର ସନ୍ଧ୍ୟାର ଘଟଣା। ଜିଅନ୍ତାପାଲି ଗ୍ରାମର ଦୁଷ୍ମନ୍ତ ମାଝୀ ତାଙ୍କ ସ୍ତ୍ରୀ ରିଙ୍କୀ ମାଝୀଙ୍କ ସହ ଶ୍ୱଶୁର ଘରୁ ଫେରୁଥିଲେ। ସେମାନଙ୍କ ସହିତ ଥିଲା ୫ ବର୍ଷର ଶିଶୁପୁତ୍ର। କିନ୍ତୁ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପୂର୍ବରୁ ଝଗଡା ହୋଇଥିଲା। ତେବେ ଏଭଳି ଏକ କରୁଣ କାହାଣୀ ପଛରେ ଏହି ଝଗଡା ହିଁ କାରଣ ବୋଲି ପୋଲିସ୍ ରିପୋର୍ଟରୁ ଜଣାପଡିଛି।
ସୂଚନା ମୁତାବକ ସ୍ୱାମୀ-ସ୍ତ୍ରୀ ଫେରୁଥିବା ବେଳେ ଦଲକ୍ ନିକଟ ରାସ୍ତା କଡରେ ବାଇକ ରଖିଥିଲେ ଦୁଷ୍ମନ୍ତ।

ଭିଡିଓ ଦେଖିବାକୁ ଚାହୁଁଥିଲେ ତଳେ କ୍ଲିକ୍ କରନ୍ତୁ

ଏହା ପରେ ନିଛାଟିଆ ଜଙ୍ଗଲ ଭିତରକୁ ଯାଇ ସ୍ୱାମୀ-ସ୍ତ୍ରୀ କୀଟନାଶକ ପିଇ ଦେଇଥିଲେ। ଏ ସବୁ ଦେଖି ୫ ବର୍ଷର ଶିଶୁପୁତ୍ର ହୋଇ ପଡିଥିଲା ଉପାୟ ଶୂନ୍ୟ। ଘଟଣାର କିଛି ସମୟ ପରେ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରିଙ୍କୀ ଗୁରୁତର ହୋଇ ପଡିଥିଲେ। ରାତି ସାରା ବାପା-ମାଙ୍କ ପାଖରେ ଜଗି ରହିଥିଲା ୫ ବର୍ଷର ଶିଶୁ ପୁତ୍ର। ସକାଳ ହେବା ପରେ ଜଙ୍ଗଲରୁ ବାହାରି ଆସି ରାସ୍ତାରେ ଲୋକଙ୍କୁ ଅଟକାଇବା ସହିତ ଘଟଣା ବିଷୟରେ ଜଣାଇଥିଲା। ସ୍ଥାନୀୟ ଲୋକ ଏନେଇ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ।

Advertisment

ପୋଲିସ ଘଟଣାସ୍ଥଳରୁ ସ୍ୱାମୀ, ସ୍ତ୍ରୀ ଏବଂ ଶିଶୁପୁତ୍ରକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତି କରିଥିଲା। ଡାକ୍ତର କିନ୍ତୁ ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ତ୍ରୀ ରିଙ୍କୀକୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଚିକିତ୍ସା ସମୟରେ ରିଙ୍କୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେପଟେ ଶିଶୁପୁତ୍ରକୁ ମଧ୍ୟ ବିଷ ଦେଇଥିବା ସନ୍ଦେହ କରି ତାଙ୍କର ଚିକିତ୍ସା ଚାଲିଛି। ଏନେଇ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Deogarh Poison Death Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ