Advertisment

₹10 Cr Property: କୋଟିପତି କରିଦେଲା ଗଞ୍ଜେଇ ବେପାର, ବ୍ୟାଙ୍କରେ ଗଦା ଗଦା ଟଙ୍କା

ଜଣକଙ୍କ ନାଁ ଦିଲ୍ଲୀପ କୁମାର ଗୌଡ଼ । ଆଉ ଅନ୍ୟ ଜଣକଙ୍କ ନାଁ ଆଶିଷ କୁମାର ଦିଗାଲ । ଏମାନେ ଦୀର୍ଘ ବର୍ଷ ଧରି ଗଞ୍ଜେଇ ବେପାର କରି ବହୁ କୋଠାବାଡ଼ି, ସୁନା ଅଳଙ୍କାର, ଗାଡ଼ି ଏବଂ ଲକ୍ଷ ଲକ୍ଷ ନଗଦ ଟଙ୍କା ଠୁଳ କରିଥିବା ପୋଲିସ ସୂଚନା ଦେଇଛି ।

Phulbani Kotipati Ganjei Maphia

Phulbani Kotipati Ganjei Maphia Photograph: (OTV)

Advertisment

କୋଟିପତି କରିଦେଲା ଗଞ୍ଜେଇ ବେପାର । ବ୍ୟାଙ୍କରେ ଗଦା ହୋଇଗଲା ଟଙ୍କା । ଘର ବନିଗଲା ଆଲିସାନ୍ ବଙ୍ଗଳା । ଘରେ ସାଇତା ହେଲା ଲକ୍ଷ ଲକ୍ଷ ଟଙ୍କାର ସୁନା । ପୋଲିସ ସମ୍ବାଦିକ ସମ୍ମିଳନୀ କରି କ୍ୟାମେରା ଆଗରେ ଏସବୁ ଟଙ୍କା ଓ ଗହଣାର ହିସାବ ଦେଉଥିବା ମାଲିକ ହେଉଛନ୍ତି ଦୁଇ ଜଣ ଗଞ୍ଜେଇ ମାଫିଆ ।

Advertisment

ଜଣକଙ୍କ ନାଁ ଦିଲ୍ଲୀପ କୁମାର ଗୌଡ଼ । ଆଉ ଅନ୍ୟ ଜଣକଙ୍କ ନାଁ ଆଶିଷ କୁମାର ଦିଗାଲ । ଏମାନେ ଦୀର୍ଘ ବର୍ଷ ଧରି ଗଞ୍ଜେଇ ବେପାର କରି ବହୁ କୋଠାବାଡ଼ି, ସୁନା ଅଳଙ୍କାର, ଗାଡ଼ି ଏବଂ ଲକ୍ଷ ଲକ୍ଷ ନଗଦ ଟଙ୍କା ଠୁଳ କରିଥିବା ପୋଲିସ ସୂଚନା ଦେଇଛି । 

କିଛି ଦିନ ତଳେ ପୋଲିସ ଉଭୟ ଗଞ୍ଜେଇ ମାଫିଆଙ୍କ ନିଜ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ଆଠଗଡ଼ପାଟନା ଗାଁରେ ମାଫିଆ ଦିଲ୍ଲୀପ ଗୌଡ଼ଙ୍କ ଘରକୁ ଯାଞ୍ଚ କରିଥିଲା । ସେହିପରି କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳ ତିଲକପଡ଼ା ଗାଁର ଆଶିଷ ଦିଗାଲଙ୍କ ଘରେ ବି ତନାଘନା କରିଥିଲା ଟିମ୍ ।

Advertisment

ଆଉ ଏବେ ସବୁ ପ୍ରମାଣକୁ ଏକଜୁଟ୍ କରିବା ପରେ ପୋଲିସ ଉଭୟଙ୍କୁ ବାନ୍ଧିଛି । ଦିଲ୍ଲୀପଙ୍କ ମୋଟ୍ ୫ କୋଟି ୬୯ ଲକ୍ଷ ୧୪ ହଜାର ଟଙ୍କାର ସଂପତ୍ତି ଜବତ ହୋଇଛି । ଯେଉଁଥିରେ ରହିଛି ୧୬ ଲକ୍ଷ ୨୭ ହଜାର ୮୪୫ ଟଙ୍କାର ବ୍ୟାଙ୍କ ଜମାରାଶି । କୋଟିଏ ୯୫ ଲକ୍ଷ ୮୮ ହଜାର ୪୪୨ ଟଙ୍କାର ଜମି । ଲକ୍ଷ ଲକ୍ଷ ଟଙ୍କାର ବହୁତଳ କୋଠା ।

୪ ଚକିଆ ଗାଡ଼ି ଏବଂ ଅନେକ ସୁନା ଓ ରୁପା ଅଙ୍କାର ଜବତ ହୋଇଛି ।  ସେହିଭଳି ଆଶିଷଙ୍କ ଠାରୁ ମୋଟ ୫କୋଟି ୧୦ ଲକ୍ଷ ୬୪ ହଜାର ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଯେଉଁଥିରେ ୨ ଲକ୍ଷ ୨୦ ହଜାର ୯୪୬ ଟଙ୍କାର ବ୍ୟାଙ୍କ ଜମାରାଶି । ୩ କୋଟି ୪୮ ଲକ୍ଷ ୨୯ ହଜାର ଟଙ୍କାର ଜମି । ଏବଂ ଏକାଧିକ କୋଠାବାଡ଼ି । ୪ଟି ଦାମୀ ଚାରିଚକିଆ ଗାଡ଼ି ଏବଂ ଗୋଟିଏ ଦୁଇଚକିଆ ଗାଡ଼ି ଜବତ କରିଛି ପୋଲିସ ।

Advertisment

ଖାଲି ଏତିକି ନୁହେଁ ମାଫିଆ ବାବୁଙ୍କ ଘରୁ ପ୍ରାୟ ,୧୦ ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଥିବା ବେଳେ ପାଖାପାଖି ୫ ଲକ୍ଷ ନଗଦ ଟଙ୍କା ପୋଲିସ ହାତରେ ଲାଗିଛି ।  ଏବେ ବି ଗଞ୍ଜେଇ ମାଫିଆଙ୍କ କଳା ଟଙ୍କାର ହିସାବ କରୁଛି ପୋଲିସ । କନ୍ଧମାଳ SPଙ୍କ ନିତୃତ୍ବରେ ଟିମ୍ ତଦନ୍ତ କରୁଥିବାବେଳେ ଆଗକୁ ଆହୁରି ଅନେକ ଗଞ୍ଜେଇ ମାଫିଆ ମାନଙ୍କ ଉପରେ ଅର୍ଥନୈତିକ ଚଢ଼ାଉ କରାଯିବ ବୋଲି SP ହରିଶ ବି.ସି କହିଛନ୍ତି । 

Police Crime Ganja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ