Advertisment

ବନ୍ୟା ଛଡ଼ାଇ ନେଲା ବର୍ଷକର ଦାନା

ବୁଢାବଳଙ୍ଗରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଥମିବା ପରେ ପ୍ରକୃତିସ୍ଥ ହେଉଛି ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକ। ବନ୍ୟା ପ୍ରକୋପ କମିଯିବା ପରେ ସ୍ବାଭାବିକ ହେଉଛି ଜନଜୀବନ।

Advertisment

ବନ୍ୟା ଆସିଲା, ଚାଲିଗଲା । ହେଲେ ଦେଇଗଲା ଦାରୁଣ ଦୁଃଖ। ଆଠ ଦିନ ତଳେ ହସି ଉଠୁଥିବା ଫସଲ କିଆରିର ଏବେ ଉଜୁଡ଼ି ଯାଇଛି । ଯାହାକୁ ଦେଖିଲେ ଫାଟି ଯାଉଛି ଚାଷୀର ଛାତି। ଏମିତି ଦେଖିବାକୁ ମିଳିଛି ବାଲେଶ୍ବର ସଦର ବ୍ଲକ ନଗରମ ପଞ୍ଚାୟତରେ । ଏ ଅଂଚଳରେ ଏକର ଏକର ଜମିରେ ହୋଇଥିଲା ଅର୍ଥକାରୀ ପନିପରିବା ଚାଷ । ହେଲେ ବୁଢାବଳଙ୍ଗର ବନ୍ୟାଜଳ ଦିନ ଦିନ ଧରି ଜମି ରହିବା ପରେ ଏବେ ଫସଲ ପଚି, ସଢ଼ି ସବୁ ନଷ୍ଟ । ବାଇଗଣ, ଭେଣ୍ଡି, ଜହ୍ନି, କଖାରୁ, କାଙ୍କଡ଼, ବରଗୁଡ଼ି ଓ ପୋଇ ଆଦି ଫସଲ କିଆରି ପାଣିରେ ପଚି ଯିବା ପରେ ଏବେ ଖରା ପ୍ରକୋପରେ ଜଳି ପୋଡ଼ି ଗଲାଣି।

Advertisment
Flood In Odisha Crop Damage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ