Last updated: 20 November 2024, 11:11 PM IST
ପୁରୁଣା କମିଟି ଭାଙ୍ଗିବାର ୨ ମାସରୁ ଅଧିକ ସମୟ ହେଲାଣି, କାର୍ତ୍ତିକ ମାସ ବି ଗଲାଣି । ତଥାପି ଏଯାଏଁ ଗଢ଼ା ହୋଇପାରୁନି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ନୂଆ ପରିଚାଳନା କମିଟି । ଯଦ୍ବାରା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଉ କି ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି ସବୁ ନିଷ୍ପତ୍ତି ଅଧାରେ ଅଟକିଛି। ସେପଟେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେଣି- ଆଉ ପୁରୁଣା ମୁହଁଙ୍କୁ ରିପିଟ୍ ନକରି କମିଟିରେ ଅଭିଜ୍ଞ ଲୋକଙ୍କୁ ନିଆଯାଉ ।