Advertisment

BJD Agitation on Streets: ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ନିଷ୍ପତ୍ତିକୁ ତୀବ୍ର ବିରୋଧ, ବିଧାନସଭା ଭିତରେ ଅଚଳାବସ୍ଥା ତ ବାହାରେ ବି ହଙ୍ଗାମା

ସଭା ଚାଲିଥିବା ବେଳେ ଯୁବ ବିଜେଡ଼ି ନେତା ଓ କର୍ମୀମାନେ ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହୋଇଥିଲେ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା। ଏହାସହ ପାଣିମାଡ଼ ମଧ୍ୟ କରିଥିଲା।

ASSEMBLY-GHERAO

ବିଜେଡି Photograph: (OTV)

Advertisment

ବ୍ଲକରେ ଅଫିସରଙ୍କୁ ଅଧିକ ପାୱାରକୁ ନେଇ ବିଧାନସଭା ଭିତରେ ହଙ୍ଗାମା ତ ବାହାରେ ରଣକ୍ଷେତ୍ର। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ କରାଯାଉଥିବା ଅଭିଯୋଗ ଆଣି ବିଜେଡିର ବିଧାନସଭା ଘେରାଉବେଳେ ରଣକ୍ଷେତ୍ର ପାଲଟିଥିଲା ଗାନ୍ଧୀ ମାର୍ଗ। ସେପଟେ ବିଜେପି କହିଛି, ବ୍ଲକରେ ପିସି କାରବାର ବନ୍ଦ ହୋଇଯାଇଥିବାରୁ ବିରୋଧୀ ଦଳକୁ ବାଧୁଛି ।....

Advertisment


ବ୍ଲକରେ ଅଫିସରଙ୍କୁ କ୍ଷମତା। ବିଧାନସଭା ଭିତରେ ଅଚଳାବସ୍ଥା, ବାହାରେ ହଙ୍ଗାମା। ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗ। ବ୍ୟାରିକେଡ ଭାଙ୍ଗିଲେ, ବିଧାନସଭା ଆଡ଼କୁ ଧସେଇ ପଶିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପାଣି ମାଡ କଲା ପୋଲିସ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରୁଥିବା ଅଭିଯୋଗ ଆଣି ବିଧାନସଭା ଘେରାଉ ଡାକରା ଦେଇଥିଲା ବିଜୁ ଜନତା ଦଳ ।

ବିଧାନସଭା ଭିତରେ ବିଜେଡ଼ି ବିଧାୟକମାନେ ଅଚଳାବସ୍ଥା ଜାରି ରଖିବାରୁ ଗୃହ ମୁଲତବି ହୋଇଥିଲା। ଆଉ ଏହା ପରେ ଦଳର ବିଧାୟକମାନେ ବାହାରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିଲେ । ବିଧାନସଭା ଘେରାଉ ବେଳେ ଯୁବ ବିଜେଡ଼ି ପକ୍ଷରୁ ଆକ୍ରମଣାତ୍ମକ ନୀତି ଆପଣା ଯାଇଥିଲା। ସଭା ଚାଲିଥିବା ବେଳେ ଯୁବ ବିଜେଡ଼ି ନେତା ଓ କର୍ମୀମାନେ ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହୋଇଥିଲେ।

Advertisment

କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା। ଏହାସହ ପାଣିମାଡ଼ ମଧ୍ୟ କରିଥିଲା। ଆନ୍ଦୋଳନକାରୀଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ କମିଶନରେଟ ପୋଲିସ ଆନ୍ଦୋଳନକୁ ବେଆଇନ ବୋଲି ଘୋଷଣା କରିଥିଲା। ଏହା ସହିତ ଡ୍ରୋନ ଯୋଗେ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିଥିଲା।

ଅପରପକ୍ଷେ ବିଜେଡିର ଅଭିଯୋଗକୁ ନେଇ ବିଜେପି କଡା କାଉଣ୍ଟର କରିଛି । ଦଳ କହିଛି, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହୋଇନାହିଁ ବରଂ ପିସି କାରବାର ବନ୍ଦ ହୋଇଛି ଓ ୪୦ ପ୍ରତିଶତ ପିସି କାରବାରରେ ରୋକ ଲାଗିଛି । ସରକାରଙ୍କ ନିଷ୍ପତ୍ତି ବିଜେଡିର ଚାମଚା ଏବଂ ଠିକାଦାରଙ୍କୁ ବାଧିଛି। ପୂର୍ବ ସରକାର ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଗ୍ରାମ ସଭା କରେଇ ଦେଉ ନଥିଲେ। କିନ୍ତୁ ଏବେ ମୋହନ ସରକାର ପଞ୍ଚାୟତକୁ ଶକ୍ତିଶାଳୀ କରିଛନ୍ତି । ଆଗାମୀ ଦିନରେ ପଲ୍ଲୀ ସଭା କରି ଗାଁକୁ ବିକଶିତ କରାଯିବ ବୋଲି ବିଜେପି କହିଛି । 
ଏବେ ଦେଖିବାର କଥା ବିଜେଡ଼ିର ବିଧାନସଭା ଭିତରେ ଓ ବାହାରେ ବିରୋଧ, ଆଗକୁ କି ମୋଡ଼ ନେଉଛି। 

Advertisment

Odisha BJD Assembly Biju Janata Dal Agitation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ