Chikiti Liquor Death
ପାଞ୍ଚ ପାଞ୍ଚଟି ଜୀବନ ଗଲା । ୧୨ ଦିନ ହେଲା ଘନ ଘନ ଚଢାଉ ହେଉଛି । ଅନେକ ପରୀକ୍ଷା, ତଦନ୍ତ ଚାଲିଛି । ହେଲେ ଏଯାଏଁ ଜଣାପଡିଲାନି ଚିକିଟି ମଦମୃତ୍ୟୁ ପଛର ପ୍ରକୃତ କାରଣ କଣ ? ମଦ ବିଷାକ୍ତ ହେଲା କାହିଁକି ? ଦେଶୀ ମଦରେ କିଛି ଅପମିଶ୍ରଣ ହୋଇଥିଲା କି? ଏହାରି ଭିତରେ ସାମ୍ନାକୁ ଆସିଛି ଜଙ୍ଗଲୀ ଚେର ସମୂଦି ମୂଳର ନାଁ। ଖୋଦ୍ ମଦ ପ୍ରସ୍ତୁତକାରୀ ତଥା ଚିକିଟି ମଦ ମୃତ୍ୟୁ ଘଟଣାରେ ଗିରଫ ସୁରେନ୍ଦ୍ର ମଲ୍ଲିକ ବ୍ରହ୍ମପୁର ଏସପିଙ୍କ ଆଗରେ କହିଛି ଯେ, ଅଧିକ ନିଶା ପାଇଁ ସେଦିନ ମଦରେ ସେ ଜଙ୍ଗଲୀ ଚେର ସମୂଦି ମୂଳକୁ ମିଶାଇଥିଲା। ଅଧିକ ପରିମାଣରେ ମିଶା ଯାଇଥିବା ଯୋଗୁଁ ଏବଂ ପାର୍ଶ୍ୱପ୍ରତିକ୍ରିୟା ଘଟି ମଦ ବିଷାକ୍ତ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ଏସପି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us