Advertisment

Cold wave grips Odisha : ରାଜଧାନୀ ଭୁବନେଶ୍ୱରରେ ହାଡ଼ ଭଙ୍ଗା ଶୀତ, ୧୨.୯ ଡିଗ୍ରୀକୁ ଖସିଲା ତାପମାତ୍ରା

ରାଜଧାନୀ ଭୁବନେଶ୍ୱରରେ ହାଡ଼ ଭଙ୍ଗା ଶୀତ। ଭୁବନେଶ୍ବରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ। ୨୫ ବର୍ଷରେ ରାଜଧାନୀରେ ନଭେମ୍ବରର ସବୁଠାରୁ ଥଣ୍ଡା ରାତି। ଗତକାଲି ୧୩ ଡିଗ୍ରୀ ସହ ଥିଲା ଦ୍ୱିତୀୟ ସର୍ବାଧିକ ଥଣ୍ଡା ରାତି।

ARCHANA-_LIVE
Advertisment

ଜାଡ଼ରେ ଥରୁଛି ସାରା ଓଡ଼ିଶା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହେଉଛି ହାଡ଼ ଭଙ୍ଗା ଶୀତ । ଭୁବନେଶ୍ବରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ ହୋଇଛି । ୨୫ ବର୍ଷରେ ରାଜଧାନୀରେ ନଭେମ୍ବରର ସବୁଠାରୁ ଥଣ୍ଡା ରାତି ପରିଗଣିତ ହୋଇଛି ଗତକାଲିର ରାତି।  ଗତକାଲି ୧୩ ଡିଗ୍ରୀ ସହ ଥିଲା ଦ୍ୱିତୀୟ ସର୍ବାଧିକ ଥଣ୍ଡା ରାତି ।

Advertisment

ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨-୩ ଦିନ ଜାରି ରହିବ ଶୀତ ଲହରି। ୧୦ ଡିଗ୍ରୀ ତଳକୁ ଖସିଛି ୪ଟି ସହରରେ ସର୍ବନିମ୍ନ ତାପମାତ୍ରା। ଥରୁଛି କନ୍ଧମାଳ ଜିଲ୍ଲା। ଗତ ୨୪ ଘଣ୍ଟାରେ ସବୁଠୁ ଥଣ୍ଡା ସହର ପାଲଟିଥିଲା କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି। ସେଠାରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା।

ସେହିପରି କୋରାପୁଟ ସେମିଳିଗୁଡ଼ାରେ ୭.୪, ଦାରିଙ୍ଗିବାଡ଼ିରେ ୮ ଓ ଫୁଲବାଣୀରେ ପାରଦ ରହିଥିଲା ୯ ଡିଗ୍ରୀ ସେଲସିୟସ। ମୋଟ୍ ୧୩ ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା। ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ୧୩ ଡିଗ୍ରୀ ଛୁଇଁଛି ପାରଦ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨-୩ ଦିନ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା ନାହିଁ। ତାପରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ।  

Advertisment

Odisha Bhubaneswar Temperature Odisha Weather Update Odisha Cold Wave Cold In Odisha Bone-chilling Cold In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ