Advertisment

SI Recruitment Scam Widens: ପୋଲିସ SI ପରୀକ୍ଷା ଜାଲିଆତିରେ ବହୁ ବଡ଼ ମାଛ, କ୍ରାଇମବ୍ରାଞ୍ଚ ସ୍କାନରେ ନାମୀ କୋଚିଂ ସେଣ୍ଟର ଓ ଦଲାଲ

ପୋଲିସ ଏସଆଇ ପରୀକ୍ଷାରେ ବଡ଼ କେଳେଙ୍କାରୀ, ପରଦା ପଛରେ ବି ଛପିଛନ୍ତି ବଡ଼ ମାଛ। ନାମୀ ଦାମୀ କୋଚିଂ ସେଣ୍ଟର ମାଲିକ, ଦଲାଲ ଓ ପରୀକ୍ଷା ପରିଚାଳନା ସଂସ୍ଥା, ସମସ୍ତଙ୍କୁ ଏବେ ସ୍କାନରକୁ ଆଣିଛି କ୍ରାଇମବ୍ରାଞ୍ଚ।

SCAM

SCAM Photograph: (OTV)

Advertisment

କିଙ୍ଗପିନ୍ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କୁ ଧରିବାକୁ ତନାଘନା ଚଳାଇଥିଲେ ବି ଦୁହେଁ ଫେରାର୍। ତେଣେ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା OPRBଠୁ କାମ ନେଇଥିବା ସଂସ୍ଥା ସିଲିକନ୍ ମାଲିକକୁ ଚାଲିଛି ଘଣ୍ଟାଚକଟା। ଏପଟେ ଶତାଧିକ ଗିରଫ ପରୀକ୍ଷାର୍ଥୀଙ୍କୁ ମୁଲାକାତ କରିବାକୁ ଆଜି ବ୍ରହ୍ମପୁର ଜେଲ୍ ଆଗରେ ଭିଡ଼ ଲଗାଇଥିଲେ ଅଭିଭାବକ।....

Advertisment

ଦିନେ ଏମାନେ ଥାନା ବାବୁ ହୋଇଥାନ୍ତେ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇଥାନ୍ତେ । ଦୁର୍ନୀତିଖୋରଙ୍କୁ ବାନ୍ଧି ଜେଲ୍ ପଠାଇ ଥାନ୍ତେ । 
ହେଲେ ଆଜି ନିଜେ ଆରେଷ୍ଟ ହୋଇ ଜେଲ୍ ଭିତରେ। ପୋଲିସ ଏସଆଇ ପରୀକ୍ଷା ମହାଘୋଟଲା ଅଭିଯୋଗରେ ଗିରଫ ୧୧୪ ଚାକିରି ଆଶାୟୀଙ୍କ ଭିତରେ ଖାଲି ଯେ-କ୍ଲୋଜ୍ ଫ୍ରେଣ୍ଡ କି ଚିହ୍ନାଜଣା ଅଛନ୍ତି ତା ନୁହେଁ ସ୍ବାମୀ-ସ୍ତ୍ରୀ ବି ଥିବାର ତଥ୍ୟ ମିଳିଛି। 

ସେମାନଙ୍କର ଏଭଳି ଅବସ୍ଥାରେ ଶଙ୍ଖୁଳିବାକୁ ଆସି ବ୍ରହ୍ମପୁର ଜେଲ୍ ଆଗରେ ଭିଡ଼ ଜମାଇଛନ୍ତି ତାଙ୍କ ପରିବାର ଲୋକେ। କାହାର ବାପା ତ କାହା ଭାଇ ଓ ପୁଣି କାହା ଭଉଣୀ- ନିଜ ପିଲାଙ୍କ ସହ ମୁଲାକାତ କରିଛନ୍ତି, ସେମାନଙ୍କଠୁ ପୂରା ଘଟଣା ପଚାରି ବୁଝିଛନ୍ତି। ହେଲେ କ୍ୟାମେରା ଦେଖି ମୁହଁ ବୁଲାଇ ପଳାଇ ଯାଉଛନ୍ତି। ଏମିତିକି ନିଜ କ୍ଲାଏଣ୍ଟକୁ ମୁକୁଳାଇବାକୁ ଭୁବନେଶ୍ବରରୁ ଓକିଲ ବି ଆସି ପହଞ୍ଚିଛନ୍ତି ବ୍ରହ୍ମପୁରରେ।...

Advertisment

ପୋଲିସ SI ପରୀକ୍ଷା ମହାଘୋଟାଲାର ପର୍ଦ୍ଦାଫାସ୍ ପରଠୁ ଉଠୁଛି ପଡୁଛି ସାରା ରାଜ୍ୟ। ହାଇଦ୍ରାବାଦକୁ ସ୍ପେଶାଲ କୋଚିଂ ପାଇଁ ଯାଉଥିବାବେଳେ ଶ୍ରୀକାକୁଲମ ପାଖରେ ଯେଉଁ ୩ଟି ବସରୁ ଶତାଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି, ତାଙ୍କ ଭିତରେ ଅଛନ୍ତି ୧୧୪ ଚାକିରି ଆଶାୟୀ ଓ ୩ ଦଲାଲ। ବଡ଼ କଥା ହେଲା ସେମାନଙ୍କ ମଧ୍ୟରେ କିଛି ପୂର୍ବତନ ଓ ବର୍ତ୍ତମାନର ପୋଲିସ୍ ଅଧିକାରୀଙ୍କ ପିଲା ଥିବାର ବି ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ତଦନ୍ତ ଆହୁରି ଶାଣିତ କରିଛି।

ଘୋଟାଲାର କିଙ୍ଗପନ୍ କୁହାଯାଉଥିବା ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଏବେ ଫେରାର୍ । ୯୩୩ ପୋଷ୍ଟ ପାଇଁ ନିଯୁକ୍ତି ବାବଦରେ ଏମାନେ କୋଟି କୋଟି ଟଙ୍କାର ଡିଲ୍ କରିଥିବା ଅନୁମାନ କରାଯାଉଛି। ମୁନା ଘର କଟକ ଜିଲ୍ଲାରେ ହୋଇଥିବାବେଳେ ଶଙ୍କର ଘର ଗଂଜାମରେ। ଯେହେତୁ କଟକ ଜିଲ୍ଲାରୁ ୩୧ ଓ ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୫ ଜଣ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି, ତେଣୁ ଏ ଦୁହେଁ ହିଁ ସେମାନଙ୍କୁ ମୋଟିଭେଟ୍ କରିଥିବାର ପ୍ରମାଣ ମିଳିଛି।

Advertisment

ଏମିତିକି ୱାନ୍ ନାଇଟ୍ ଟୁ ଡେସ୍ ପ୍ୟାକେଜରେ ଅଧିକାଂଶ ପରୀକ୍ଷାର୍ଥୀଙ୍କୁ ମୁନା ଭାଇ ହିଁ ଡାକି ବିଜୟନଗରମ୍ ନେଇଥିବା ସେମାନେ ପୋଲିସ ଆଗରେ ମାନିଛନ୍ତି। ତା ସହ କେଳେଙ୍କାରୀରେ ଅନେକ ନାମୀ କୋଚିଂ ସେଣ୍ଟର ବି ସଂପୃକ୍ତ ଥିବା ସନ୍ଦେହ ସ୍ପଷ୍ଟ ହେବାରେ ଲାଗିଛି। 

ବ୍ରହ୍ମପୁର ଡିଫେନସ କଲୋନୀରେ ଶଙ୍କର ପୃଷ୍ଟିର ପଞ୍ଚସଫଟ୍ ଅଫିସ୍ ଥିବା ପ୍ରଚାର ହେଉଥିବାବେଳେ ସେଠି କିନ୍ତୁ ତାର ନାମ ନିଶାନ୍ ନାହିଁ। ସେପଟେ ଓପିଆରବିଠାରୁ ପରୀକ୍ଷା ପରିଚାଳନା ଦାୟିତ୍ବ ପାଇଥିବା ସଂସ୍ଥା ସିଲିକନ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ସୁରେଶ ନାୟକଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଚାଲିଛି ଘଣ୍ଟାଚକଟା। ତେଣେ ପୂର୍ବତନ ପୋଲିସ୍ ଅଧିକାରୀ କହିଲେଣି- କେବଳ ଲିଖିତ ପରୀକ୍ଷାରେ ପାସ୍ ହେଲେ ତ ଏସଆଇ ହେବେନି, ଏଥିପାଇଁ ଶାରିରୀକ ଓ ମୌଖିକ ପରୀକ୍ଷା ଥାଏ।

ତେଣୁ ଏ ନେଟୱର୍କରେ ପୋଲିସ ବିଭାଗର ବି ଅନେକ ବଡ଼ ବାବୁ ସଂପୃକ୍ତ ଥାଇ ପାରନ୍ତି।...
ଏଣେ SI ପରୀକ୍ଷା ଜାଲିଆତି ଉଦ୍ୟମକୁ ନେଇ ତାତିଲେଣି ଅନ୍ୟ ଚାକିରି ଆଶାୟୀ। ଆଜି ଭୁବନେଶ୍ୱର ହରେକୃଷ୍ଣ ମହତାବ ଲାଇବ୍ରେରୀ ଆଗରେ ସେମାନେ ପ୍ରତିବାଦ କରିବା ସହ ଏହା OPRBର ଦାୟିତ୍ବହୀନତା ବୋଲି ଦର୍ଶାଇଛନ୍ତି। ଦୁର୍ନୀତି ପଛରେ ଯେଉଁ ବଡ଼ ମାଛ ଅଛନ୍ତି ସମସ୍ତଙ୍କୁ କ୍ରାଇମବ୍ରାଞ୍ଚ ଖୋଜି ବାହାର କରିବାକୁ ଦାବି କରିଛନ୍ତି।...

Scam SI Recruitment Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ