ତୁମେ ହାତ ନ ଥାଇ ବି ମହାବାହୁ ବୋଲାଉଛ, ଆଉ ମୁଁ ବିନା ବାହୁରେ କଣ ତୁମକୁ ଆଙ୍କି ପାରିବିନି। ହଁ ମୁଁ ପାରିବି... ଶୁଣିଛି, ତୁମ କୃପା ବଳେ କୁଆଡ଼େ ପଙ୍ଗୁ ବି ଗିରି ଲଙ୍ଘିଯାଇ ପାରେ... ଆଉ ତୁମେ ମୋତେ କୃପା କଲ, ମୁଁ ହାତ ନ ଥାଇବି ତୁମକୁ ଆଙ୍କିଲି...। କରିବାର ଇଚ୍ଛା ଆଉ ଭକ୍ତିର ଶକ୍ତିକୁ ଟିକେ ଦେଖନ୍ତୁ... କେମିତି ପାଦରେ ଆଙ୍କୁଛନ୍ତି ଜଗତ ନିଅନ୍ତାଙ୍କୁ। ଆଙ୍ଗୁଠିରେ ତୂଳି ଆଉ ତୂଳିରେ ଆଙ୍କି ହୋଇ ଯାଉଛନ୍ତି ଜଗନ୍ନାଥ। ହାତ ସିନା ଦେଲନି, କିନ୍ତୁ କଳ୍ପନା ହାତରେ ମୁଁ ତୁମକୁ ଧରି ପାରିବାର ବାର୍ତ୍ତା ଦେଉଛନ୍ତି ଏ ଶିଳ୍ପୀ ଜଣକ।