ମଇଁଷି ଦାମ୍ ୩୫ କୋଟି
ମଇଁଷି ପାଇଁ ଚଟାଣରେ ବିଛାଯାଇଛି ଗଦି, ପଡିଛି ନରମ ତକିଆ, ଚାରିଆଡେ ଲାଗିଛି କୁଲର। ଆଉ ତକିଆ ଉପରେ ମୁଣ୍ଡ ଦେଇ ଆରାମରେ ଶୋଇଛି ସିଏ। ଦେଖନ୍ତୁ ତା କଳ ମଚ ମଚ ଶରୀର ଆଉ କିଲର ଅନ୍ଦାଜକୁ। ଯେଉଁଥିପାଇଁ ତା ସହ ଫଟ ଗୋଟିଏ ଉଠାଇବାକୁ ଲାଗୁଛି ଲୋକଙ୍କ ଭିଡ଼। କୋଉବି ସେଲିବ୍ରିଟିକୁ ବି ପଛରେ ପକାଇବାର କ୍ଷମତା ରହିଛି ଏ ମଇଁଷି ଭିତରେ। ଆଉ ୟାର ଦାମ ଶୁଣିଲେ ତ ଆପଣଙ୍କ ହୋସ୍ ଉଡିଯିବ। କାରଣ ଏହି ଗୋଟିଏ ମଇଁଷି ମୂଲ୍ୟରେ ଆପଣ କିଣିପାରିବେ ଏକ ବିଶାଳ ରାଜ ଉଆସ। ହଁ ଦର୍ଶକବନ୍ଧୁ ଏ ସେଲିବ୍ରିଟି ମଇଁଷିର ଦାମ ହେଉଛି ୩୫ କୋଟି ଟଙ୍କା। ପ୍ରାୟ ୧୫ ଶହ କେଜି ଓଜନର ଏହି ମଇଁଷି ନାଁ ରହିଛି ଭୀମ। ଆଉ ଏହାକୁ ଭାରତର ସବୁଠାରୁ ମୂଲ୍ୟବାନ ମଇଁଷି କୁହାଯାଉଛି। ଭୁବନେଶ୍ବରରେ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଛି ଯୋଧପୁରରୁ ଆସିଥିବା ଏହି ମୁରା ମଇଁଷି। ୨ ହଜାର କିଲୋମିଟର ଦୂରରୁ ସତନ୍ତ୍ର ଟ୍ରକ୍ ଯୋଗେ ଭୁବନେଶ୍ବର ଆସିଛି ଭୀମ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us