Typing Error
Advertisment
ଟାଇପିଂରେ ଭୁଲ ପାଇଁ ବଦଳିଗଲା ଦଣ୍ଡାଦେଶ । ଓଲଟପାଲଟ ହୋଇଗଲା ହାଇକୋର୍ଟଙ୍କ ନିଷ୍ପତ୍ତି। ଫଳରେ ଜେଲ ଯିବାକୁ ଥିବା ଅଭିଯୁକ୍ତକୁ ମିଳିଲା ଜାମିନ ଆଉ ଜାମିନ ପାଇବାକୁ ଥିବା ବ୍ୟକ୍ତିକୁ ମିଳିଲା ଜେଲଦଣ୍ଡ । କଥାଟା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ମଜାଦାର ମଧ୍ୟ । ଘଟଣାଟି ଘଟିଛି ମଧ୍ୟପ୍ରଦେଶ ହାଇକୋର୍ଟରେ । ୮ ଅଗଷ୍ଟରେ ଏକ ମାମଲାର ଶୁଣାଣିବେଳେ ଏଭଳି ଘଟିଛି । କୋର୍ଟ କର୍ମଚାରୀଙ୍କ ପକ୍ଷରୁ ଅଜାଣତରେ ଭୁଲ ଟାଇପିଂ କାରଣରୁ ହତ୍ୟା ଅଭିଯୁକ୍ତଙ୍କୁ ଜେଲ୍ ବଦଳରେ ଜାମିନ୍ ମିଳିଯାଇଥିବା ବେଳେ ଜାମିନ୍ ପାଇବାକୁ ଥିବା ବ୍ୟକ୍ତିଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us