ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍‌କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।