ବନ୍ଦ ଘରୁ ମିଳିଲା ୯ ଜଣଙ୍କ ମୃତଦେହ । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର ମହିସାଲ୍ ସହରରେ । ମାଣିକ ବନମୋରେ ନାମକ ଜଣେ ପଶୁ ଡାକ୍ତରଙ୍କ ଓ ତାଙ୍କ ସାନ ଭାଇଙ୍କ ଘରୁ ମିଳିଛି ମାଆ, ସ୍ତ୍ରୀ, ଛୁଆଙ୍କୁ ମିଶାଇ ୯ ଜଣଙ୍କ ମୃତଦେହ । ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଘରେ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।