ସମୟ କାହାକୁ ଅପେକ୍ଷା କରେନି। ତାର କେହି ସମ୍ପର୍କୀୟ ନାହାନ୍ତି। ଭାଇ ବତିଶା ନାହାନ୍ତି। ସମସ୍ତେ ନୀରବି ଯାଇଛନ୍ତି, ହେଲେ ସିଏ ମୌନ ହେଉନି, ତୁନି ହେଇ ବସି ପଡିନି। ଚିରାଚରିତ ଢଙ୍ଗରେ ସେ ଚାଲିଛି ଅବିରତ। ଶୁଣୁନାହାନ୍ତି ଏହି ଅସ୍ପଷ୍ଟ ଶୁଭୁଥିବା ଟିକ୍ ଟିକ୍ ଶବ୍ଦକୁ। ଜୀବନ ସବୁ ନିର୍ଜୀବ ପାଲଟିଛନ୍ତି କିନ୍ତୁ ଏ ନିର୍ଜୀବ କାନ୍ଥଘଣ୍ଟା, ଏତିକି କହୁଛି। ମୁଁ ବଞ୍ଚିଛି, ମୁଁ ସବୁ ଦେଖିଛି, ଅତୀତ ଦେଖିଛି ଆଉ ବର୍ତ୍ତମାନ ବଖାଣୁଛି….।