ଦିନକ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ G-20 ରାଷ୍ଟ୍ରଗୋଷ୍ଠୀ ବୈଠକ । ଏହି ଶିଖର ସମ୍ମିଳନୀ ଲାଗି ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ନିମନ୍ତ୍ରିତ ଅତିଥି । ଯେଉଁଥି ପାଇଁ ଏବେ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀ ମହାନଗରୀ । ସେହିଭଳି ସାଜସଜ୍ଜାରେ ଓ ଅତିଥି ସତ୍କାର କ୍ଷେତ୍ରରେ ମଧ୍ୟ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।