Advertisment

Rare Pink Micromoon: ଆଜି ଆକାଶରେ ଦେଖାଯିବ ଗୋଲାପୀ ଜହ୍ନ

ଚୈତ୍ର ପୂର୍ଣ୍ଣିମାରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଆସନ୍ତାକାଲି ଭାରତୀୟ ସମୟ ଭୋର୍ ୫ଟା ୫୧ରେ ପିଙ୍କ୍ ମାଇକ୍ରୋମୁନ୍ ଦେଖିବାକୁ ମିଳିବ।

Advertisment

ଆଜି ଆକାଶରେ ଝଟକିବ ଗୋଲାପୀ ଜହ୍ନ। ଏଥିସହ ସ୍ବାଭାବିକ ଆକାର ଠାରୁ ଜହ୍ନ ସାମାନ୍ୟ ଛୋଟ ଦେଖାଯିବ। ଏହାକୁ କୁହାଯାଉଛି ପିଙ୍କ୍ ମାଇକ୍ରୋମୁନ୍। ଚୈତ୍ର ପୂର୍ଣ୍ଣିମାରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଆଜି ଅଳ୍ପ ମାତ୍ରରେ ଓ ଆସନ୍ତାକାଲି ଭାରତୀୟ ସମୟ ଭୋର୍ ୫ଟା ୫୧ରେ ପିଙ୍କ୍ ମାଇକ୍ରୋମୁନ୍ ଦେଖିବାକୁ ମିଳିବ। ଏପ୍ରିଲ ମାସର ପ୍ରଥମ ପୂର୍ଣ୍ଣିମା ଚାନ୍ଦକୁ ପିଙ୍କ୍ ମୁନ୍ ବା ଗୋଲାପୀ ଜହ୍ନ କୁହାଯାଏ। 

Advertisment

ତେବେ ରାତିରେ ଚନ୍ଦ୍ର ପ୍ରକୃତରେ ଗୋଲାପୀ ରଙ୍ଗର ଦେଖାଯିବ ନାହିଁ। ଉତ୍ତର ଆମେରିକାରେ ବସନ୍ତ ଋତୁର ଆଗମନ ସହ ଏକ ଗୋଲାପୀ ରଙ୍ଗର ଜଙ୍ଗଲୀ ଫୁଲ ପ୍ରଚୁର ମାତ୍ରାରେ ଫୁଟୁଥିବାରୁ ଏହାକୁ ପିଙ୍କ ମୁନ୍ ବୋଲି କୁହାଯାଏ। କିନ୍ତୁ ମହାକାଶ ବିଜ୍ଞାନ ଦୃଷ୍ଟିରୁ ଆଜି ମାଇକ୍ରୋମୁନ୍ ହେଉଥିବାରୁ ଏହାକୁ ଗୁରୁତ୍ବ ଦିଆଯାଉଛି। ମାଇକ୍ରୋମୁନ୍ ଅର୍ଥ ଜହ୍ନ ସ୍ବାଭାବିକ ଠାରୁ ଛୋଟ ଓ ସ୍ବଳ୍ପ ଉଜ୍ଜ୍ବଳ ଦେଖାଯିବ। ଏହି ସମୟରେ ଚନ୍ଦ୍ର ପୃଥିବୀ ଠାରୁ ସବୁଠୁ ଦୂରରେ ରହୁଥିବାରୁ ଏଭଳି ଘଟିବ। ଚନ୍ଦ୍ର ଯେତେବେଳେ ପୃଥିବୀର ସବୁଠୁ ପାଖରେ ରହେ, ତାକୁ କୁହାଯାଏ ସୁପରମୁନ୍। ତେବେ ମାଇକ୍ରୋମୁନ୍ ବ୍ୟାସ ସୁପରମୁନ୍ ଠାରୁ ୧୪ ପ୍ରତିଶତ ଛୋଟ ଦେଖାଯାଏ ବୋଲି ସୂଚନା ମିଳିଛି ।

Moon Pink Moon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ