ଦୁଲୁକୁଥିଲା ରାସ୍ତା। ବାଜୁଥିଲା ବ୍ୟାଣ୍ଡ ବାଜା। ନାଚୁଥିଲେ ବରଯାତ୍ରୀ। ଆଉ ଘୋଡା ଉପରେ ବସିଥିଲା ବର। ମୁଣ୍ଡ ପଗଡି, ହାତରେ ଖଣ୍ଡା ଆଉ ଦେହରେ ଥିଲା ସେରୱାନୀ। ରୋଷଣି କରି ଆସୁଥିଲେ। ଏପଟେ ବଧୂ ବେଶରେ ସଜେଇ ହୋଇ ମଣ୍ଡପରେ ଅପେକ୍ଷା କରି ବସିଥିଲା କନିଆଁ। ବେଦିରେ ବସିବେ। ହାତ ଗଣ୍ଠି ପଢ଼ିବ। ମନର ନାୟିକାକୁ ଚୀରଦିନର ସାଥୀ କରିବେ। ମନରେ ଥିଲା ଏଭଳି କିଛି ଆଶା। ହେଲେ ନିମିଷକେ ସବୁ କିଛି ପାଣି ଫଟୋକା ପରି ଫାଟି ଯାଇଥିଲା। ନାଚ ଗୀତରେ ଲାଗିଯାଇଥିଲା ଫୁଲ ଷ୍ଟପ୍‌। ମାଡ଼ି ଆସିଲା ଦୁଃଖର କଳାବାଦଳ। ଡିଜେ ଶବ୍ଦ ବଦଳରେ ଶୁଣିବାକୁ ମିଳିଥିଲା ଚିତ୍କାର। କନିଆଁ ଦୂଆରେ ପହଞ୍ଚିବା ପରେ ଟଳିପଡିଥିଲେ ଘୋଡା ଉପରେ ବସି ଥିବା ବର। ସାତ ଫେରା ନେବା ପୂର୍ବରୁ ଉଠିଲା କୋକେଇ।