Advertisment

ଶେଷଯାତ୍ରାରେ ଶିଳ୍ପ ବାଦଶାହ। ଭାରତର ରତ୍ନ, ରତନ୍ ଟାଟା

ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ କରାଯାଇଥିଲା ଅନ୍ତିମ ସଂସ୍କାର।

Advertisment

ଶେଷଯାତ୍ରାରେ ଶିଳ୍ପ ବାଦଶାହ। ଭାରତର ରତ୍ନ, ରତନ୍ ଟାଟା। ଜାତୀୟ ପତାକା ଭିତରେ ଚିରଦିନ ପାଇଁ ନିରବି ଯାଇଛନ୍ତି ସ୍ୱପ୍ନ ଦେଖି ତାକୁ ସାକାର କରୁଥିବା, ସମୟର ଆଗରେ ଥିବା ଜଣେ ସୁପୁତ୍ର, ଦେଶ ନିର୍ମାତା। ସରିଯାଇଛି ସେହି ମହାନ୍ ମଣିଷର ମହାଯାତ୍ରା। ଆଗେ ଆଗେ ଫୁଲରେ ସୁଶୋଭିତ ଗାଡିରେ ପାର୍ଥିବ ଶରୀର, ପଛରେ ସେ ଛାଡିଯାଇଥିବା, ତାଙ୍କୁ ଭଲପାଉଥିବା ଅସଂଖ୍ୟ ଜନତା। ଜନସମୁଦ୍ର ପାଲଟିଥିଲା ମୁମ୍ବାଇ ରାଜରାସ୍ତା । ମୁମ୍ବାଇ NPCA ଲନରୁ ୱର୍ଲି କ୍ରିମେଟୋରିୟମ। ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ଥିଲା ଶ୍ମଶାନ। ପହଁଚିସାରିଥିଲେ ସମ୍ପର୍କୀୟ, ବିଶିଷ୍ଟ ବ୍ୟକ୍ତିବିଶେଷ। ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ କରାଯାଇଥିଲା ଅନ୍ତିମ ସଂସ୍କାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ