ଦରଦାମର ମାୟାଜାଲ ଭିତରେ ଛନ୍ଦି ହୋଇ ତ୍ରାହି ତ୍ରାହି ଡାକୁଥିବା ଜନତାଙ୍କୁ ମିଳିବ ଆଶସ୍ତି । ଆଶାତୀତ ଭାବରେ କମ୍ ହୋଇଯିବ କନ୍ଦାଉଥିବା ପେଟ୍ରୋଲ ଦର । ମାତ୍ର ୧୫ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ । ଏକଥା ଆମେ କହୁନୁ, ଖୋଦ୍ କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଉଦୟପୁର ବିଭାଗର ପ୍ରତାପଗଡ ଜିଲ୍ଲାରେ ଏକ ସାଧାରଣ ସଭାରେ ଏପରି କହିଛନ୍ତି । ସେଠାରେ ସେ ୫୬୦୦ କୋଟି ଟଙ୍କା ମୂଲ୍ୟର ଏକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ ।