By: Chandan Shishu
Last updated: 17 September 2022, 11:04 PM IST
ରାଜ୍ୟରେ କେତେ ସୁରକ୍ଷିତ ମହିଳା ? ପ୍ରତିବର୍ଷ ବଢିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ନାବାଳିକା ବି ହେଉଛନ୍ତି ଯୌନ ନିର୍ଯାତନାର ଶିକାର । ହେଲେ ସେହି ଅନୁପାତରେ ହୋଇପାରୁନି ମାମଲାର ଫୈସଲା । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ । ରାଜ୍ୟରେ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରି ଏଭଳି କେସ୍ଗୁଡ଼ିକର ଶୀଘ୍ର ଫଇସଲା କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ।