ହଠାତ୍ ଏ ସଂସାରରେ ଏକା ହୋଇଗଲା ପ୍ରମିଳା। ଛୋଟିଆ ଭାଇ ଦୁଇଟି। ନିଜର ରୋଜଗାର ବୋଲି କିଛି ନାହିଁ। ବର୍ଷା ହେଲେ ଚାଳଘର ସାରା ପାଣି। ନିଜ ଭବିଷ୍ଯତ ଓ ବାହାଘର କଥା ସେ ଆଉ ଭାବୁନି। କେବଳ ଗୋଟିଏ ଚିନ୍ତା, ଭାଇ ଦୁଇଟିକୁ କେମିତି ମଣିଷ କରିବ। କଇଁ କଇଁ ହୋଇ କାନ୍ଦି କାନ୍ଦି କହୁଛି, ଧିକ୍ ମୋ ଭଉଣୀ ପଣିଆକୁ।