Trump
ଟ୍ରମ୍ପଙ୍କ ଟାରିଫ୍ ମାଡ଼, ଚାକିରି ହରାଇବେ ଲକ୍ଷ ଲକ୍ଷ ଭାରତୀୟ ! ବିପଦରେ 10 ଲକ୍ଷ ଚାକିରି । 70% କମିପାରେ ପୋଷାକ, ଗହଣା ଚାହିଦା । 5.4 ଲକ୍ଷ କୋଟିର ରପ୍ତାନୀ ପ୍ରଭାବିତ ହୋଇପାରେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 50% ଟାରିଫ୍ ଭାରତର ଲକ୍ଷ ଲକ୍ଷ ଚାକିରି ପ୍ରତି ସୃଷ୍ଟି କରିଛି ବିପଦ । କାରଣ ଟାରିଫ୍ ଯୋଗୁଁ ଆମେରିକାରେ ବିକ୍ରି ହେଉଥିବା ଭାରତୀୟ ସାମଗ୍ରୀ ଖାସ୍ କରି ପୋଷାକ, ଚମଡାରୁ ପ୍ରସ୍ତୁତ ସାମଗ୍ରୀ, ରତ୍ନପଥର, ଅଟୋମୋବାଇଲ ଯନ୍ତ୍ରାଂଶ, ଇଲେକ୍ଟ୍ରୋନିକ୍ସ, କେମିକାଲ, ସାମୁଦ୍ରିକ ଖାଦ୍ୟ ଇତ୍ୟାଦି 35 ପ୍ରତିଶତ ମହଙ୍ଗା ହୋଇଯିବ । ଯେଉଁ କାରଣରୁ ଏହି କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକ ଚାକିରି ହରାଇପାରନ୍ତି ବୋଲି ସତର୍କ କରାଇଛି ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us