ଭକ୍ତ ଯେମିତି କହୁଛି, ତୋର ପାଦ ନାହିଁ... ମୋର ବି ପାଦ ନାହିଁ । ତୁ ବରଷକରେ ଥରେ ଏମିତି ଗୁରୁଣ୍ଡି ଗୁରୁଣ୍ଡି ଝୁଲି ଝୁଲି ବଡ଼ ଦାଣ୍ଡକୁ ଆସୁ... ଭକ୍ତଙ୍କ ଗହଣରେ ଟାହିଆ ହଲାଇ ନାଚି ସବୁ ଦୁଃଖକୁ ଭୁଲେଇ ଦେଉ । ମୁଁ ବି ଠିକ୍ ସେମିତି ଆଜି ତତେ ଆଉ ତୋ ଭାଇ ଭୋଉଣୀଙ୍କୁ ଦେଖିବାକୁ ଗୁରୁଣ୍ଡି ଗୁରୁଣ୍ଡି ଆସିଛି । ତୋ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବି ଆଉ ତେତେ ଆଖି ପୂରାଇ ଦେଖିବି ।