Meritorious student seeks financial assistance
ଝାଟିମାଟିର ଘର...କାନ୍ଥରୁ ମାଟି ଖସିଲାଣି, ତ ମଥାଣରୁ ଟାଇଲ ଫାଟିଲାଣି । ଏମିତି ଘରେ ପାଠପଢି ଭଲ ନମ୍ବର ରଖିବା ସହ ପୂରା ଏରିଆରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭଲ ନମ୍ବର ରଖିବା ପରେ ଆଗକୁ ପଢିବାକୁ ବି ଇଚ୍ଛା । କିନ୍ତୁ ପାଠ ପଢାରେ ଅର୍ଥ ସାଜିଛି ବାଧକ । ପିଲାଟି ଦିନରୁ ବାପାକୁ ହରାଇଥିଲେ । ହେଲେ ପୁଅକୁ ଭଲ ପାଠ ପଢାଇବାକୁ ମାଆ ମଜୁରୀ ଖଟି ଯାହା କିଛି ରୋଜଗାର କରୁଥିଲେ ସେତିକିରେ ମାଆ-ପୁଅ ଦୁହେଁ ଚଳିବା ସହିତ ପୁଅ ପାଠ ପଢୁଥିଲେ । ହେଲେ ମାଆ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳିବା ସହ ପାଠ ପଢିବା ଆଉ ସମ୍ଭବ ହେଉନି । ତେଣୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ଏଇ ମେଧାବୀ ଛାତ୍ର ଜଣକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us