ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବାରିପଦାର ୨ କୁନିଝିଅ । ବାରିପଦାର ୨ କୁନି ଝିଅ ନିଜ ନାଚର ଯାଦୁରେ କରିଛନ୍ତି କିମିଆ। ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଜିତିଲେ ପୁରଷ୍କାର । ନାଚରେ ସଭିଙ୍କୁ କିମିଆ କରିଥିବା କୁନିଝିଅ ୨ ଜଣ ହେଲେ ବାରିପଦାର ଦିବ୍ୟଙ୍ଗନା ମିଶ୍ର ଓ ଅର୍ଚ୍ଚିତା ସାହୁ । ବହୁତ କମ୍ ବସରୁ ଏ ୨ ଜଣ ଜିତିଛନ୍ତି ଅନେକ ସୋ । ନିକଟରେ ଏ ଦୁହେଁ ଜୁନିୟର ରାଇଜିଂ ଷ୍ଟାର ମଡେଲର ଟାଇଟେଲ ଜିତିଛନ୍ତି ।