ଟୋକିଓ ଅଲିମ୍ପିକ୍ସରେ ଭାରତ-ବେଲଜିୟମ ମଧ୍ୟରେ ଚାଲିଥିବା ଟକ୍କରରେ ଭାରତ ପରାସ୍ତ ହୋଇଛି। ବେଲଜିୟମ ଠାରୁ ୫-୨ ଗୋଲ୍‌ରେ ହାରିଲା ଭାରତ।ଭାରତକୁ ହରାଇ ଫାଇନାଲରେ ବେଲଜିୟମ ପହଞ୍ଚିଛି। ଏହି ମ୍ୟାଚରେ ପ୍ରତି ମୁହୂର୍ତ୍ତରେ ଖେଳର ମୋଡ ବଦଳିଥିଲା। ପ୍ରଥମ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏଥିରେ ମନଦୀପ ସିଂ ଓ ହରମନପ୍ରୀତ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।