ମେଡିକାଲ ଉପକରଣ ଦାମ କମାଇବାକୁ ନିଷ୍ପତ୍ତି ନେଇଛି ଔଷଧ ନିୟନ୍ତ୍ରକ । ପଲ୍ସ ଅକ୍ସିମିଟର ଦାମ ସମେତ ଅନ୍ୟ ମେଡିକାଲର ଉପକରଣର ଦାମ୍ କମିବ । ଏହା ସହିତ ଡିଜିଟାଲ ଥର୍ମୋ ମିଟର,ନେବୁଲାଇଜର ଓ ଗ୍ଲୁକୋମିଟରର ଦାମ୍ ବି କମିବ । ପୂର୍ବରୁ ଏହଇ ସବୁ ଉପକରଣ ଉପରେ ୭୦୯% ମାର୍ଜିନ ରହୁଥିବା ବେଳେ ଏବେ ଏହାକୁ ୭୦% ହ୍ରାସ କରାଯାଇଛି । ଏନେଇ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ କର୍ତ୍ତୃପକ୍ଷ NPPAଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।